ଭୁବନେଶ୍ବର:ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ମାସ 10 ଓ 11 ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି । ରମାଦେବୀ ବିଶ୍ଵବିଦ୍ୟାଳୟ ଦ୍ବିତୀୟ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି । ଏନେଇ ସମସ୍ତ ପ୍ରସ୍ତୁତି ଚାଲିଛି । ତେବେ ରମାଦେବୀ ବିଶ୍ଵବିଦ୍ୟାଳୟକୁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହେବ।
ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ହୋଇଛି । ରାଷ୍ଟ୍ରପତି ଆସିବା ପୂର୍ବରୁ ରମାଦେବୀ ପ୍ରେକ୍ଷାଳୟ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ତେବେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ଏକ ସୂଚୀ ଆସିଛି । ରାଜ୍ୟ ସରକାରଙ୍କ ଭାଗିଦାରୀରେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟରେ ଅନେକ ବିକାଶ କାର୍ଯ୍ୟ ଆଗେଇବାରେ ଲାଗିଛି ।
ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସଜାଡିବାରେ ଲାଗିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ସ୍ବାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ଏକ ଅଡିଟୋରିୟମ ରମାଦେବୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଉଦଘାଟନ ଅପେକ୍ଷାରେ ରହିଛି । ଆସନ୍ତାକାଲି (ଶୁକ୍ରବାର) ରମାଦେବୀ ଅଡିଟୋରିୟମ ଉଦଘାଟନ ହେବାର ଯୋଜନା ରହିଛି । ଏହି ଅଡିଟୋରିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।
ଏହା ବି ପଢନ୍ତୁ...SC gets 5 new judges: ଶପଥ ନେଲେ 5 ନୂଆ ବିଚାରପତି