ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୟୁନିଭରସିଟି ଆଇନ ମହାବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି ମୁଟ କୋର୍ଟ ହଲ ଏବଂ ନେଟୱର୍କ କକ୍ଷ । ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଯୋଗ ଏହାର ଉଦଘାଟନ କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଓଡି଼ଶାର 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ସମସ୍ତଙ୍କୁ ଭାବଗତ ଭାବରେ ଯୋଡ଼ି ରଖିଛି ବୋଲି ଉଦଘାଟନୀ ଉତ୍ସବରେ ଯୋଗଦେବା ଅବସରରେ ମୁଖ୍ୟ ବିଚାରପତି ମତ ରଖିଥିଲେ ।
ଆଜିକାଲିର ସାମାଜିକ ପରିବର୍ତ୍ତନ କେମିତି ଆଇନ ଉପରେ ପ୍ରଭାବ ପକାଉଛି ତାହା ଉପରେ ମଧ୍ୟ ତର୍ଜମା କରିଥିଲେ ମୁଖ୍ୟ ବିଚାରପତି । ନ୍ୟାୟ ଏବଂ ନାୟିକ ବ୍ୟବସ୍ଥା କିପରି ସୃଦୃଢ଼ ହେବ, ଏହା ପ୍ରତ୍ୟେକ ଗଣତନ୍ତ୍ରର ମୂଳମନ୍ତ୍ର ହେବା ସହ ଆମ ସାମାଜିକ ଦାୟିତ୍ବ ବୋଧ ଏବଂ ନ୍ୟାୟକୁ ସମ୍ମାନ ଦେବା ଉପରେ ମଧ୍ୟ ଆଲୋଚନା କରିଥିଲେ । ଯଦି କେହି ଜଣେ ଭୁଲ କାମ କରୁଛି ତାକୁ ସେଥିରୁ ନିବୃତ୍ତ କରିବା ପାଇଁ ଆମ ମନ ଭିତରେ ସେହିଭଳି ଭାବରେ ସାହାସ ରହିବା ଆବଶ୍ୟକ ।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ଅଟେ । 'ବନ୍ଦେ ଉତ୍କଳ ଜନନୀ 'ସଙ୍ଗୀତ ସମସ୍ତଙ୍କୁ ଭାବଗତ ଭାବେ ଯୋଡ଼ି ରଖିଛି ବୋଲି କହିଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ।
ଏହା ମଧ୍ୟ ପଢନ୍ତୁ-ଲିଙ୍ଗରାଜ ଆଇନ କଲେଜ୍ରେ LLM ପାଠ୍ୟକ୍ରମ ବନ୍ଦକୁ ବିରୋଧ, ଗର୍ଜିଲା ଯୁବ କଂଗ୍ରେସ