ଓଡିଶା

odisha

By ETV Bharat Odisha Team

Published : Sep 29, 2023, 12:52 PM IST

ETV Bharat / state

ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ

ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିଧାୟକ ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

privilege against balangir municipality chairman
ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ

ଭୁବନେଶ୍ବର:ବିଧାନସଭାରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାର ଓ ପ୍ରଶାସନକୁ ସମ୍ବିଧାନର ପାଠ ନରସିଂହ ପଢ଼ାଇଛନ୍ତି ବିଧାୟକ । ଏହା ସହିତ ବଲାଙ୍ଗୀର ମୁନସିପାଲଟି ଅଧ୍ୟକ୍ଷଙ୍କ ନାମରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ବିଧାୟକ ନରସିଂହ ମିଶ୍ର ।ନିଜ ନିର୍ବାଚନ ମଣ୍ଡଳୀରେ ହେଉଥିବା ସରକାରୀ କାର୍ଯ୍ୟକ୍ରମକୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଡକା ଯାଉନାହିଁ । ଫଳରେ ନିର୍ବାଚିତ ଲୋକ ପ୍ରତିନିଧି ଅପମାନିତ ବୋଧ କରୁଛନ୍ତି । ଏହା କେବଳ ଉକ୍ତ ବିଧାୟକ ପାଇଁ ନୁହେଁ ବିଧାନସଭାର ଗାରିମାକୁ ମଧ୍ୟ ନଷ୍ଟ କରୁଛି । ଗୃହରେ ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ନାଁରେ ଏ ଭଳି ଅଭିଯୋଗ କରି ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ବାଚସ୍ପତି ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି ବିଧାୟକ ।

ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ମୋତେ କାହିଁକି ସରକାରୀ କାର୍ଯ୍ୟକ୍ରମକୁ ଡକାଯାଉନାହିଁ । ଏହାର ତଦନ୍ତ ନିର୍ଦ୍ଦେଶ ବାଚସ୍ପତି ଦିଅନ୍ତୁ । ବଲାଙ୍ଗୀରରେ ହେଉଥିବା ସରକାରୀ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରାଯାଉନାହିଁ । କାହିଁକି ନିମନ୍ତ୍ରଣ ଦିଆଯାଉନାହିଁ ତାହା ମଧ୍ୟ ଜଣାନାହିଁ । ତେଣୁ ବାଚସ୍ପତି ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ନରସିଂହ । ଅନ୍ୟପଟେ 5T ସଚିବ ପ୍ରସଙ୍ଗକୁ ନେଇ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗକୁ ନେଇ କହିଛନ୍ତି ଯେ ଗ୍ରିଭାନ୍ସର ଅର୍ଥ ପଇସା ବାଣ୍ଟିବା କି ଶାସକ ଦଳକୁ ନିର୍ବାଚିତ କରିବାକୁ ନୁହେଁ ବୋଲି କହିଥିଲେ ।"

ଏହା ବି ପଢନ୍ତୁ...ଗ୍ରିଭାନ୍ସର ଅର୍ଥ ନୁହେଁ ଶାସକ ଦଳକୁ ନିର୍ବାଚିତ କରିବାକୁ କହିବା: ନରସିଂହ

ଏହାସହ ନରସିଂହ ମିଶ୍ର ଆହୁରି କହିଛନ୍ତି ଯେ, କୌଣସି ସରକାରୀ କାର୍ଯ୍ୟକ୍ରମରେ ଡକାନଯିବା କେବଳ ମୋର ନୁହେଁ ବରଂ ସମସ୍ତ ବିଧାୟକଙ୍କର ଅପମାନ । ତେଣୁ ତୁରନ୍ତ ବାଚସ୍ପତି ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ୍‌ । ତୁରନ୍ତ ବାଚସ୍ପତି ଏମିତି ଘଟଣାରେ ଖୋଦ୍‌ ହସ୍ତକ୍ଷେପ କରନ୍ତୁ । ଉଚିତ ପଦକ୍ଷେପ ନିଅନ୍ତୁ । ଘଟଣାର ତଦନ୍ତ ପାଇଁ ସ୍ବାଧୀକାର କମିଟିକୁ ମାମଲ ଦିଅନ୍ତୁ ।

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖସିଯାଉଛି ଶାସନ ଭାର ଆଉ କେହି ଜୋର ଜବରଦସ୍ତ ଚଳାଉଛି : ପ୍ରଦୀପ

ଅନ୍ୟପଟେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, "ତଦନ୍ତ ପରେ ଏହା ପଛରେ କଣ କାରଣ ରହିଛି ତାହା ଜଣାଇବି । ସେହିପରି ଗୋପାଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମାନ ଅଭିଯୋଗ କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details