ଭୁବନେଶ୍ବର: ସେପ୍ଟେମ୍ବର 22 ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଷୋଡଶ ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର 4 ତାରିଖ ଯାଏ ଚାଲିବ ଅଧିବେଶନ । ଅକ୍ଟୋବର 3 ତାରିଖରେ ଆସିବ ଅତିରିକ୍ତ ବଜେଟ । ଅନ୍ୟପଟେ ମୌସୁମୀ ଅଧିବେଶନ ପୂର୍ବରୁ ସେପ୍ଟେମ୍ବର 21 ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।
ଅନ୍ୟପଟେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ? ଏନେଇ ଲାଗି ରହିଥିବା ଚର୍ଚ୍ଚାର ଅବସାନ ହେବାକୁ ଯାଉଛି । ଆସନ୍ତା ୨୧ରେ ପରବର୍ତ୍ତୀ ବାଚସ୍ପତି ନେଇ ନିର୍ବାଚନ ହେବ । ଏହା ପରେ ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ । ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ମିଳିଛି ।
ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ସରିବା ନେଇ ସୂଚନା ମିଳିଛି । ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର 21 ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ପଡିଛି । ଏନେଇ ସେପ୍ଟେମ୍ବର 21 ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ 18ରେ ନାମାଙ୍କନ ଦାଖଲ ହେବା ନେଇ ସୂଚନା ମିଳିଛି । ପରଜଙ୍ଗ ବିଧାୟକ ନୃସିଂହ ସାହୁ ବାଚସ୍ପତି ହେବା ନେଇ ଚର୍ଚ୍ଚା ଲାଗି ରହିଛି । ଜୁଲାଇ 13 ତାରିଖ 2022ରେ ନୂଆ ବାଚସ୍ପତି ଭାବେ ଦାୟିତ୍ବ ନେଇଥିଲେ ବିକ୍ରମ କେଶରୀ ଆରୁଖ ।