ଓଡିଶା

odisha

ETV Bharat / state

ଅଡ଼ୁଆରେ ବିଜେବି କଲେଜର ଅଧ୍ୟାପିକା, ସମ୍ମିଳନୀ ଆଳରେ ଅର୍ଥ ହେରଫେର ଅଭିଯୋଗ

ଅଡୁଆରେ ବିଜେବି କଲେଜର ଅଧ୍ୟାପିକା । ଜାତୀୟ ସ୍ତରର ସମ୍ମିଳନୀ ଆଳରେ ଅର୍ଥ ହେରଫେର କରୁଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 29, 2023, 3:43 PM IST

Updated : Jul 29, 2023, 3:52 PM IST

ଭୁବନେଶ୍ବର: ରାଜଧାନୀ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ବକ୍ସିଜଗବନ୍ଧୁ ବିଦ୍ୟାଧର (ବିଜେବି) ମହାବିଦ୍ୟାଳୟ ଅନ୍ୟତମ । ମାତ୍ର ଏଠାରେ ଛାତ୍ର ଅଶାନ୍ତିଠାରୁ ଆରମ୍ଭ କରି କିଛି ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟକଳାପ ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ବଦନାମ କରିଛି । ପୂର୍ବରୁ ବିଭିନ୍ନ ଘଟଣାକୁ ନେଇ ମହାବିଦ୍ୟାଳୟ ଚର୍ଚ୍ଚା ପରିସରକୁ ଆସିଥିବାବେଳେ ବର୍ତ୍ତମାନ ଖୋଦ ଭାଇସ ପ୍ରିନ୍ସିପାଲଙ୍କ ନାମରେ ସଙ୍ଗୀନ ଅଭିଯୋଗ ହୋଇଛି । ସମ୍ମିଳନୀ ଆଳରେ ଅର୍ଥ ହେରଫେର ହେଉଥିବା ଅଭିଯୋଗ ଆସିଛି ।

ଶିକ୍ଷା ବିଭାଗ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଚିଠି

ଜାତୀୟ ସ୍ତରରେ କନଫରେନ୍ସ ଆୟୋଜନ ନାମରେ ଭାଇସ ପ୍ରିନ୍ସିପାଲ ଡ. ମଧୁବ୍ରତା ଶତପଥି ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଘଟଣାରେ ସମ୍ପୃକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ନେଇ ତଦନ୍ତ ବୈଠକ ମଧ୍ୟ ବସିଥିଲା । ତେବେ ତଦନ୍ତ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗର ହସ୍ତଗତ ହୋଇନପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ଭାଇସ ପ୍ରିନ୍ସିପାଲ ନୁହଁନ୍ତି ଅନ୍ୟ ଜଣେ ହେଉଛନ୍ତି ଅଧ୍ୟାପିକା ଇତିଶ୍ରୀ ପାଢ଼ୀ । ତାଙ୍କ ନାମରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଛି।

ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗକାରୀଙ୍କ ଚିଠି

ଏହା ବି ପଢନ୍ତୁ- Economy in Post Covid Era: ୨ଦିନିଆ ସମ୍ମିଳନୀରେ ଯୋଗଦେଲେ ଅର୍ଥନୀତି ବିଶେଷଜ୍ଞ

ଅଭିଯୋଗ ଅନୁଯାୟୀ, ଡ. ଶତପଥୀ ନୃତତ୍ତ୍ବବିଜ୍ଞାନ ବିଭାଗରେ ଜାତୀୟସ୍ତରର ସମ୍ମିଳନୀ ଆୟୋଜନ ବାବଦରେ ସରକାରୀ ସ୍ତରରେ ଆସିଥିବା ଆର୍ଥିକ ଅନୁଦାନର କିଛି ଅଂଶ ନିଜ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ । ସମ୍ମିଳନୀ ବାବଦରେ କିଛି ଅର୍ଥ ବ୍ୟୟ ହୋଇଥିବାବେଳେ ଅବଶିଷ୍ଟ ଅର୍ଥ ହଡ଼ପ କରିଥିବା ଦର୍ଶାଯାଇଛି । ତେବେ ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବଙ୍କ ଅନୁକମ୍ପାରେ ସେ ଏପରି କରିଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି । ଏପରି ଭାଇସ୍‌ ପ୍ରିନ୍ସିପାଲଙ୍କୁ ନିଯୁକ୍ତିପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିବର୍ତ୍ତେ ଅତିରିକ୍ତ ସଚିବ ନିଯୁକ୍ତ କରିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏହା ବି ପଢନ୍ତୁ- Students Group Clash: ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଅର୍ଥନୀତି ବିଭାଗର ଅଧ୍ୟାପିକା ଡ. ଶତପଥୀଙ୍କୁ ୨୦୨୨ ଅକ୍ଟୋବର ମାସରେ ଭାଇସ ପ୍ରିନ୍ସିପାଲ ଭାବେ ନିଯୁକ୍ତି ମିଳିଥିଲା। ତେବେ ଏନେଇ ସାଧାରଣ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ୨୦୧୬ରେ ମସିହାରେ ଅର୍ଥନୀତି ବିଭାଗର ଅଧ୍ୟାପିକା ଇତିଶ୍ରୀ ପାଢ଼ୀ ଏପରି ସମ୍ମଳନୀ ଆଳରେ ଅନେକ ଅର୍ଥ ହେରଫେର କରିଥିଲେ । ୨୦୧୮ରେ ତଦନ୍ତରେ ତାହା ସ୍ପଷ୍ଟ ହେବା ପରେ ଏହାର ଭରଣା ମଧ୍ୟ କରିଥିଲେ । ଏହା ସତ୍ତ୍ବେ ପୁଣିଥରେ ଏପରି ସମ୍ମିଳନୀ ଆୟୋଜନ ପାଇଁ ସମ୍ପୃକ୍ତ ଅଧ୍ୟାପିକାଙ୍କୁ କାହିଁକି ଦିଆଯାଇଛି ତାହାର ଉତ୍ତର କାହା ପାଖରେ ନାହିଁ।

ସୂଚନା ଅନୁଯାୟୀ, ସିଭିଲ୍ ସୋସାଇଟି ସଦସ୍ୟ ରାମଚନ୍ଦ୍ର ମିଶ୍ର ଏବଂ ସୂଚନାଧିକାରୀ କର୍ମୀ ସାବିତ୍ରୀ ମଲ୍ଲିକଙ୍କ ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗ ଉଭୟ ଅଧ୍ୟାପିକାଙ୍କ କାର୍ଯ୍ୟକଳାପ ଉପରେ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଜୁଲାଇ ୧୩ରେ ନିର୍ଦ୍ଦେଶ ଦେଇଥିଲେ । ୧୫ ଦିନ ମଧ୍ୟରେ ଏହାର ଉତ୍ତର ରଖିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ କୁହାଯାଇଥିଲା । ଗତ ୧୮ ତାରିଖରୁ ଏହି ତଦନ୍ତ ସରିଥିବାବେଳେ ଏହାର ରିପୋର୍ଟ ବିଭାଗ ପାଖରେ ପହଞ୍ଚିଥିବା କୁହାଯାଉଛି । ଯଦି ବିଭାଗ ପାଖରେ ରିପୋର୍ଟ ପହଞ୍ଚିବ ତେବେ ସମ୍ପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 29, 2023, 3:52 PM IST

ABOUT THE AUTHOR

...view details