ଭୁବନେଶ୍ବର:କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି । ପ୍ରଥମ ଦିନରେ ୧୦ ଜଣ ରୋଗୀଙ୍କ ହେଲା ଅସ୍ତ୍ରୋପଚାର । ଏହି ଓଟି ମଧ୍ୟରେ ଅନେକ ଜଟିଳ ଅସ୍ତ୍ରୋପଚାର କରାଯିବ । ଯାହା ଫଳରେ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ରୋଗୀମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଏହି ମଡ୍ୟୁଲାର ଓଟି ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲରେ ଆରମ୍ଭ ହୋଉଛି । ରାଜ୍ୟ ସରକାର ତ୍ଵରିତ ସ୍ବାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।
ଏହି ସୁବିଧା ଆରମ୍ଭର ପ୍ରଥମ ଦିନରେ ୧୦ ଜଣ ରୋଗୀଙ୍କ ହୋଇଛି ଅସ୍ତ୍ରୋପଚାର । ଏହି ଓଟି ମଧ୍ୟରେ ଅନେକ ଜଟିଳ ଅସ୍ତ୍ରୋପଚାର କରାଯିବ । ଯାହା ଫଳରେ ଆସୁଥିବା ରୋଗୀମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର୍ କରାଯିବ ନାହିଁ । ଏଠାରେ ସମସ୍ତ ଛୋଟ ବଡ଼ ଅସ୍ତ୍ରୋପଚାର କରାଯିବ । ଏହାଦ୍ବାରା ରୋଗୀମାନେ ମଧ୍ୟ ଭଲ ସୁବିଧା ପାଇପାରିବେ । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲରେ କରାଯାଉଥିବା ଏହି ମଡ୍ୟୁଲାର ଓଟି ଏବେ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ରୋଗୀମାନେ ଆଜି ଏହି ଅତ୍ୟାଧୁନିକ ଓଟିରେ ଅପରେସନ ହୋଇଛନ୍ତି ।
ଏହା ବି ପଢନ୍ତୁ- ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା; ପଟିଆକୁ ହେବ ସ୍ଥାନାନ୍ତର