ଓଡିଶା

odisha

ETV Bharat / state

ଶୃଙ୍ଖଳିତ ଭୋଟ ଗଣତି ପାଇଁ ଆରମ୍ଭ ହେଲା ପ୍ରଶିକ୍ଷଣ ଶିବିର

ଭୋଟଗଣତି ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦିତ କରିବା ପାଇଁ ଆରମ୍ଭ ହୋଇଛି ଦୁଇଦିନିଆ ପ୍ରଶିକ୍ଷଣ ଶିବିର । ପ୍ରଥମ ଦିନରେ ୧୧ଟି ଜିଲ୍ଲାର ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ଏଡିଏମମାନେ ଏହି କର୍ମଶାଳାରେ ପ୍ରଶିକ୍ଷଣ ନେଇଛନ୍ତି ।

By

Published : May 13, 2019, 7:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ଭୋଟ ଗଣତି ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦିତ କରିବା ପାଇଁ ଆରମ୍ଭ ହୋଇଛି ଦୁଇଦିନିଆ ପ୍ରଶିକ୍ଷଣ ଶିବିର । ପ୍ରଥମ ଦିନରେ ୧୧ଟି ଜିଲ୍ଲାର ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ଏଡିଏମମାନେ ଏହି କର୍ମଶାଳାରେ ପ୍ରଶିକ୍ଷଣ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୋଟ ଗଣତି ସମୟରେ ସୁରକ୍ଷା ଓ ସରଳ ଭାବରେ କିଭଳି କାର୍ଯ୍ୟ କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଓ ଦ୍ଵିତୀୟ ପର୍ଯ୍ୟାୟରେ ମକ୍ କାଉଣ୍ଟି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଗୋଟିଏ ହଲରେ ଭୋଟ ଗଣତି ପ୍ରକ୍ରିୟା ବେଳେ 7ଟି ଟେବୁଲ୍ ବିଧାନସଭା ଭୋଟ ଗଣତି ପାଇଁ ରହିଛନ୍ତି । ସେପଟେ ଅନ୍ୟ ୭ଟି ଲୋକସଭା ଭୋଟ ଗଣତି ପାଇଁ ଟେବୁଲ ରହିଛି । ଏହି ପ୍ରଶିକ୍ଷଣରେ ଅନେକ କିଛି ଶିଖିବାକୁ ପଡ଼ିଛି । ଯେହେତୁ ଆଗକୁ କାଉଣ୍ଟି ଷ୍ଟାଫମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ଏହା ସେମାନଙ୍କ ସନ୍ଦେହ ମୋଚନ କରିବା ସହିତ ଭୋଟ ଗଣନା ସମୟରେ ସହକର୍ମୀ ମାନଙ୍କ ଭୁଲ ଦୂର କରିବାରେ ସହାୟକ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଭୂପେନ୍ଦ୍ର ସିଂ ପୁନିଆ ସୂଚନା ଦେଇଛନ୍ତି।

ଏହି ପ୍ରଶିକ୍ଷଣରେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଯେ ଗଣତି ସମୟରେ ମାନବକୃତ ତ୍ରୁଟିର ପୁନରାବୃତ୍ତି ନ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ମକ୍ କାଉଣ୍ଟିରେ ଗଣନାରେ ଦେଖାଯାଉଥିବା ବିଭିନ୍ନ ପରିସ୍ଥିତିରେ କିଭଳି ସମସ୍ୟାକୁ ସମାଧାନ କରିପାରିବା ସେନେଇ ପ୍ରଶିକ୍ଷଣ ଦିଆଯାଇଥିବା କଥା ଶ୍ରୀ ଅଗ୍ରୱାଲ କହିଛନ୍ତି ।

ସାରା ରାଜ୍ଯରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ 112ରୁ 115ଜଣ ରିଟର୍ଣ୍ଣି ଅଫିସର ରହିଥିବା ବେଳେ ଆଜି ପାଖାପାଖି 14ଟି ଜିଲ୍ଲା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ଆସନ୍ତାକାଲି 16 ଜିଲ୍ଲାର ଅଫିସର ମାନଙ୍କ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ସିଇଓ କହିଛନ୍ତି । ପ୍ରଶିକ୍ଷିତ ହୋଇଥିବା ରିଟର୍ଣ୍ଣି ଅଫିସରମାନେ କାଉଣ୍ଟି ସୁପରଭାଇଜର ଓ କାଉଣ୍ଟି ଆସିଷ୍ଟାଣ୍ଟ ମାନଙ୍କୁ ପ୍ରଶିକ୍ଷଣ ଦେବେ । ଏକ ଆଧୁନିକ ଗଣନା ହଲରେ କିପରି ବ୍ୟବସ୍ଥା ରହିବା ଦରକାର ସେଠାରେ କିପରି ଗଣନକାର୍ଯ୍ୟ କରାଯିବ ତାହା ଆଜି ଦ୍ବିତୀୟ ପର୍ଯ୍ୟାୟର ମକ୍ କାଉଣ୍ଟିରେ ପ୍ରଶିକ୍ଷିତ କରାଯାଇଛି ବୋଲି ସିଇଓ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details