ଭୁବନେଶ୍ବର: ଧରା ପଡିଲା ମୋ ବସ୍ ଲୁଟେରା (Mo bus robbers arrested) । ୭ ଜଣ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ୍ ( robbers arrested by Commissionerate Police)। ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ୍ ଜବତ ହୋଇଛି । ମୋ ବସ୍ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ। ଯାତ୍ରୀ ଭାବେ ମୋ ବସ୍ରେ ଚଢ଼ି ଲୁଟୁଥିଲେ ଲୁଟେରା । ଏନେଇ ଥାନାରେ ଅଭିଯୋଗ ପରେ କମିଶନରେଟ ପୋଲିସ ଆରମ୍ଭ କରିଥିଲା ତନାଘନା ।
ରାଜଧାନୀରେ ବିଗତ କିଛି ଦିନଧରି ମୋ ବସରେ ଯାଉଥିବା ଯାତ୍ରୀଙ୍କୁ ଲୁଟ ହେଉଥିବାର ରିପୋର୍ଟ ହୋଇଥିଲା । ସହର ଭିତରେ ମୋ ବସରେ ଗହଳିର ସୁଯୋଗ ଦେଖି ଚୋରି କରୁଥିଲେ କିଛି ଦୁର୍ବୃତ୍ତ । କେତେବେଳେ ପକେଟ୍ ମାର୍ କରୁଥିଲେ ତ କେତେବେଳେ ହାତରେ ଥିବା ମନିପର୍ସ ବା ବ୍ୟାଗରୁ ଚୋରି କରୁଥିଲେ । ମୋବାଇଲ ଓ କ୍ୟାସ ସହ ବିଭିନ୍ନ ଜିନିଷ କରୁଥିଲେ ଚୋରି । ଗହଳିର ସୁଯୋଗ ନେଇ ଚୋରି କରୁଥିଲେ ୭ଜଣ ଲୁଟେରା ।
ଗତ ଡିସେମ୍ବର ୧୨ତାରିଖରେ ବିରଞ୍ଚି ନାରାୟଣ ସେଠୀ ନାମକ ବ୍ୟକ୍ତିଙ୍କ ପାଖରୁ ୪୭ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଚୋରି ପୁଣି ମୋ ବସ ଭିତରୁ ହୋଇଥିଲା । ଏନେଇ ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଘଟଣା ପୂର୍ବରୁ ମଧ୍ୟ ମୋ ବସରେ ଲୁଟପାଟରେ ଏକ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ହେଲେ ଏଥର କଟକର ଜଣେ ମାଷ୍ଟର ମାଇଣ୍ଡ ଏ ଘଟଣାରେ ସାମ୍ନାକୁ ଆସିଛି ।
ଯାହାର ନାଁ ନିକୁଞ୍ଜ ସାମନ୍ତରାୟ । ଘର କେନ୍ଦ୍ରାପଡା । ହେଲେ ସେ କଟକ ବିଡାନାସିରେ ରହୁଥିଲା । ତେବେ ନିକୁଞ୍ଜ ଜଣେ ଭଲ ଆର୍ଥିକ ସ୍ଥିତି ଥିବା ଲୋକ । ନିକୁଞ୍ଜର ପୁଅ ଜଣେ ବିଟେକ ଇଞ୍ଜିନିୟର ଏବଂ ଝିଅ ଜଣେ ସିଡିଏରେ କର୍ମଚାରୀ । ନିକୁଞ୍ଜର ଚୋରି ଏକ ନିଶା । ଖାଲି ନିକୁଞ୍ଜ ନୁହେଁ ନିକୁଞ୍ଜ ସହ ୭ ଜଣିଆ ଗ୍ୟାଙ୍ଗ ମଧ୍ୟ ସାମିଲ ହୋଇଥିଲେ । ସମସ୍ତେ ମିଶି ସହରରେ ବୁଲି ବୁଲି ବିଶେଷ କରି ମୋ ବସରେ ଚୋରି କରୁଥିଲେ ।