ଓଡିଶା

odisha

ETV Bharat / state

ଗଡ଼ିଲା ମୋ ବସ ଏକ୍ସପ୍ରେସ, ପୁରୀ-କଟକ ନନ୍ ଷ୍ଟପ୍ ଯାତ୍ରା

ମୋ ବସ୍‌ ଆଣିଛି ନନ୍ ଷ୍ଟପ୍‌ ଯାତ୍ରାର ସୁବିଧା। ଆଜିଠୁ ଭୁବନେଶ୍ବରରେ ଗଡ଼ିଲା ମୋ ବସ ଏକ୍ସପ୍ରେସ । ବିନା ଷ୍ଟପେଜରେ ସିଧା ପୁରୀ ଓ କଟକରେ ପହଞ୍ଚିବେ ଯାତ୍ରୀ। ଅଧିକ ପଢନ୍ତୁ

mo bus express service
mo bus express service

By ETV Bharat Odisha Team

Published : Dec 5, 2023, 12:24 PM IST

Updated : Dec 5, 2023, 1:00 PM IST

ଭୁବନେଶ୍ବର:ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠୁ ଗଡିଲା ମୋ ବସ ଏକ୍ସପ୍ରେସ । ଏଣିକି ବିନା ଷ୍ଟପେଜରେ ପୁରୀ ଓ କଟକରେ ପହଞ୍ଚିବେ ଯାତ୍ରୀ । ଏୟାରପୋର୍ଟରୁ ଏହି ସୁବିଧା ଉପଲବ୍ଧ ହୋଇଛି । ଏୟାରପୋର୍ଟର ଲେନ୍‌ ନମ୍ବର‌ ୪ରେ ଯାତ୍ରୀ ବସ୍‌ରେ ବସି ଯାତ୍ରା କରିପାରିବେ । ମୋ ବସ ଆଣିଛି ଏହି ନନ୍ ଷ୍ଟପ ଯାତ୍ରାର ସୁବିଧା ।

ଅନେକ ସମୟରେ ଏୟାରପୋର୍ଟକୁ ଆସୁଥିବା ଯାତ୍ରୀ ଗନ୍ତବ୍ୟ ସ୍ଥଳ ଯିବା ପାଇଁ ସମସ୍ୟା ସାମ୍ନା କରୁଥିଲେ । ପବ୍ଲିକ ଟ୍ରାନ୍ସପୋର୍ଟ ଭାବେ ମୋ ବସ୍‌ ସୁବିଧା ରହିଥିଲା କିନ୍ତୁ ତାହା ସହରର ଅନ୍ୟ ଷ୍ଟପେଜ୍‌ ଯେପରିକି ମାଷ୍ଟରକ୍ୟାଣ୍ଟିନ ଭଳି ଅନ୍ୟ ଷ୍ଟପେଜ୍‌ ଦେଇ ପୁରୀ ଆଉ କଟକ ଯାଉଥିଲା । ଯାହା ଫଳରେ ଯାତାୟତ ସମୟରେ ଟିକେ ଅପେକ୍ଷା କରିବାକୁ ପଡ଼ୁଥିଲା ଯାତ୍ରୀଙ୍କୁ । ବିଶେଷ କରି ଅଧିକାଂଶ ଯାତ୍ରୀ ଏୟାରପୋର୍ଟରୁ ସିଧା କଟକ ଓ ପୁରୀକୁ ସଂଖ୍ୟାଧିକ ମାତ୍ରାରେ ଯାତାୟତ କରୁଛନ୍ତି । ତେଣୁ ଏସବୁ ଦୃଷ୍ଟିରୁ ପ୍ରମିୟମ ଯାତ୍ରା ଭାବେ ସ୍ବତନ୍ତ୍ର ଏକ୍ସପ୍ରେସ ସେବା ଆରମ୍ଭ ହୋଇଛି । ଫଳରେ ସିଧା ଏୟାରପୋର୍ଟରୁ ପୁରୀ ଓ ଏୟାରପୋର୍ଟରୁ ସିଧା କଟକ ଯାଇପାରିବେ ଯାତ୍ରୀ । ଏଥିପାଇଁ ଗୋଟିଏ ବସ ଫେୟାର ପୁରୀ ପାଇଁ ୨୦୦ଟଙ୍କା ଓ କଟକ ପାଇଁ ୧୦୦ଟଙ୍କା ରହିଛି।

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝରରେ ଗଡିବ ମୋ ବସ, ୫ ସହରରେ ଇ-ବସ ସେବା

ସିଧା ସଳଖ ଯାତ୍ରୀ ଟିଏ ଏୟାରପୋର୍ଟରୁ ଏକ୍ସପ୍ରେସ ବସରେ ବସିଲେ ବିନା ଷ୍ଟପେଜରେ ବାଟରେ ନଅଟକି ରହି ସିଧା ପୁରୀ ଓ କଟକରେ ପହଞ୍ଚିବେ । ପୂର୍ବ ଅପେକ୍ଷା ୪୦ରୁ ୫୦ମିନିଟ ଆଗରୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଯାତ୍ରୀ ।ଏଭଳି ଏକ ପରିକଳ୍ପନା ନେଇ ଏହିପରି ସେବା ଉପଲବ୍ଧ କରିଛି କ୍ରୁଟ।


ଯାତ୍ରୀଙ୍କ ଯାତାୟତ ସୁବିଧା ପାଇଁ କ୍ରୁଟ ପକ୍ଷରୁ ମୋ ବସ ସେବା ଯୋଗାଇ ଦିଆଯାଉଛି। ଏନେଇ ସହରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସହ ଜିଲ୍ଲାର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ସେବା ଉପଲବ୍ଧ ରହିଛି। ଆନନ୍ଦଦାୟକ ଯାତ୍ରା ପାଇଁ ଏସି ଓ ନନ ଏହି ବସ ସେବାର ଉପଲବ୍ଧ ରହିଛି । ପାଖାପାଖି ୮୪ ରୁଟରେ ଏବେ ମୋ ବସ ଚଳାଚଳ କରୁଛି । ରାଜ୍ୟର ପ୍ରମୁଖ ସହରରେ ଏହି ସୁବିଧା ଉପଲବ୍ଧ ହେଉଥିବା ବେଳେ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନେକ ପୁରସ୍କାର ପାଇଛି । ତେବେ ଦୈନିକ ୨.୫ଲକ୍ଷ ଲୋକ ମୋ ବସ୍‌ ଯୋଗେ ଯାତାୟତ କରାଯାଉଥିବା ମୋ ବସ୍‌ ଅଫିସିଆଲ୍ ପକ୍ଷରୁ ସୁଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 5, 2023, 1:00 PM IST

ABOUT THE AUTHOR

...view details