ଓଡିଶା

odisha

ETV Bharat / state

କୋଭିଡ ନିୟମ ଉଲ୍ଲଙ୍ଘନ କରି କ୍ଷମା ମାଗିଲେ ବିଧାୟକ ଉମା - Uma Samantaray apologized for violating Covid's rule

ପ୍ରଥମେ କୋଭିଡ ନିୟମ ଉଲ୍ଲଙ୍ଘନ କରିବା ପରେ ଆଜି ଭିଡିଓ ଜାରି କ୍ଷମା ପ୍ରାର୍ଥନା କରିଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । କୋଭିଡ ଆକ୍ରାନ୍ତ ହୋଇ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଦେଇଥିଲେ ଯୋଗ । ଅଧିକ ପଢନ୍ତୁ...

କୋଭିଡ ନିୟମ ଉଲ୍ଲଙ୍ଘନ କରି କ୍ଷମା ମାଗିଲେ ବିଧାୟକ ଉମା
କୋଭିଡ ନିୟମ ଉଲ୍ଲଙ୍ଘନ କରି କ୍ଷମା ମାଗିଲେ ବିଧାୟକ ଉମା

By

Published : Oct 10, 2020, 1:02 PM IST

ଭୁବନେଶ୍ବର: କୋଭିଡ ନିୟମ ଭାଙ୍ଗି କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ଭିଡିଓ ଜାରି ବିଧାୟକ କ୍ଷମା ମାଗିଛନ୍ତି । ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି, ତେଣୁ ସରକାରଙ୍କ ନିୟମ ଅନୁଯାୟୀ ଯାହା ଦଣ୍ଡ ମିଳିବ ତାକୁ ସ୍ବୀକାର କରିବେ ବୋଲି ସେ କହିଛନ୍ତି ।

କୋଭିଡ ନିୟମ ଉଲ୍ଲଙ୍ଘନ କରି କ୍ଷମା ମାଗିଲେ ବିଧାୟକ ଉମା

ଦିବଙ୍ଗତ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ କୋଭିଡ ଆକ୍ରାନ୍ତ ହୋଇଥିବା ବିଧାୟକ ଉମା ସାମିଲ ହୋଇଥିଲେ । ଏନେଇ ବିଧାୟକ କହିଛନ୍ତି, ମହାରଥୀଙ୍କ ପ୍ରତି ଭାବ ପ୍ରବଣତା ଥିବାରୁ ସେ ତାଙ୍କର ଶେଷ ଦର୍ଶନ କରିବାକୁ ଚାଲିଯାଇଥିଲେ ।

ସୂଚନାଯୋଗ୍ୟ, କୋଭିଡ ଆକ୍ରାନ୍ତଙ୍କ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପଡିଥାଏ । ହେଲେ ବିଧାୟକ ଉମା ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ଉଲ୍ଲଙ୍ଘନ କରି ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । ଏହାକୁ ଏନେଇ ଅନେକ ବିବାଦ ଦେଖା ଦେବା ସହ ମହାମାରୀ ଆଇନ ଅନୁସାରେ ପୁରୀ ସମୁଦ୍ରକୂଳ ଥାନା ନିଜ ଆଡୁ ଏକ ମାମଲା ମଧ୍ୟ ଦାୟର କରିଛି । ମନ୍ତ୍ରୀ ସମୀର ଦାଶଙ୍କୁ କୋରୋନା ହେବାର 17 ଦିନ ପରେ ଯାଇଥିବାରୁ ତାଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇନାହିଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details