ଓଡିଶା

odisha

ETV Bharat / state

ପ୍ରାର୍ଥୀ ଖୋଜିବାରେ ପଛରେ ପଡିଗଲା କି କଂଗ୍ରେସ ? ଏମିତି କହିଲେ ତାରା - କଂଗ୍ରେସର ପ୍ରାର୍ଥୀ ଚୟନ

2024 ସାଧାରଣ ନିର୍ବାଚନକୁ ନେଇ ଚାଲିଛି ପ୍ରାର୍ଥୀ ଖୋଜା । ପ୍ରାର୍ଥୀ ଚୟନରେ କଂଗ୍ରେସ କଂଗ୍ରେସ ପଛରେ ପଡିଥିବା ଚର୍ଚ୍ଚା । ଅଧିକ ପଢ଼ନ୍ତୁ

mla Tara Bahinipati
mla Tara Bahinipati

By ETV Bharat Odisha Team

Published : Nov 17, 2023, 12:28 PM IST

ପଛରେ ପଡିଗଲା କି କଂଗ୍ରେସ ?

ଭୁବନେଶ୍ବର:ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଏହା ପୂର୍ବରୁ ବିଜେଡି ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିସାରିଥିବା ଚର୍ଚ୍ଚା ହେଉଥିବା ବେଳେ ବିଜେପି ମଧ୍ୟ ସାମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଚୟନ କରିସାରିଛି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ଓ ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିଛି ବୋଲି ଆଲୋଚନା ହେଉଛି । ବିଜେଡି ବିଜେପି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଜିଲ୍ଲା ସଭାପତି ମାନଙ୍କ ସାହାଯ୍ୟ ଲୋଡ଼ିଛି । ପ୍ରାର୍ଥୀ ଖୋଜିବାରେ କଂଗ୍ରେସ ପଛରେ ପଡ଼ିଯାଇଥିବା ମନେ ହେଉଥିବା ବେଳେ ବିଧାୟକ ତାରା ବାହିନୀପତି ଏହାକୁ ଅସ୍ବିକାର କରିଛନ୍ତି ।

ସେ କହିଛନ୍ତି ଯେ, ପ୍ରାର୍ଥୀ ଖୋଜିବାରେ କଂଗ୍ରେସ ପଛରେ ପଡ଼ିନାହିଁ । 50ରୁ 60 ଜଣ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଛି । ମୁଁ ଦାୟିତ୍ୱରେ ଥିବା ଜିଲ୍ଲାର ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀଙ୍କ ନାଁ ଓ ସାଂସଦ ଙ୍କ ନାଁ ପିସିସିକୁ ଦେଇସାରିଛି । କେତେକ ଜିଲ୍ଲାରେ ଜିଲ୍ଲା ସଭାପତିମାନେ ତାଲିକା ଦେଇଛନ୍ତି, ଆଉ କିଛି ଜିଲ୍ଲା ସଭାପତିମାନେ ଦେବେ । ପିସିସି ସଭାପତି ଛତିଶଗଡ଼ ନିର୍ବାଚନ ପ୍ରଚାରରେ ଅଛନ୍ତି ସେ ଫେରିଲା ପରେ ସେଗୁଡ଼ିକ ଏଇଆଇସିସିକୁ ପଠାଇବେ, ପ୍ରାର୍ଥୀ ଚୟନ ନେଇ ଏଇଆଇସିସି ନିଷ୍ପତ୍ତି ନେବେ ।

ଏହା ମଧ୍ୟ ପଢନ୍ତୁ-ସାଧାରଣ ନିର୍ବାଚନ ପୂର୍ବରୁ ମାଲକାନଗିରିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜ୍ୟ କଂଗ୍ରେସର ତତ୍ପରତା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟ ମଙ୍ଗୁଆଳଙ୍କ ତତ୍ପରତା ଏବେ ତୃଣମୁଳ ସ୍ତରରେ ଦଳର କର୍ମୀଙ୍କୁ ମଧ୍ୟ ସକ୍ରିୟ କରିବାରେ ଖୋରାକ ଯୋଗାଇଛି । ଦୀର୍ଘ 24 ବର୍ଷ ଧରି ଶାସନ କ୍ଷମତାରୁ ଦୁରେଇଥିବା ଦଳ କିଭଳି ପୁଣି ଶାସନ କ୍ଷମତାକୁ ଫେରିବ ତାକୁ ନେଇ ବ୍ଲୁ' ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ । ଦଳର ଇତିହାସରେ ପ୍ରଥମ ଥର ପାଇଁ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଜିଲ୍ଲା ସଭାପତି । ଏଥିପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ପିସିସି ସଭାପତି । ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲା ସଭାପତିମାନେ ସମ୍ଭାବିତ ପ୍ରାର୍ଥୀଙ୍କ ନାମ ଦେବେ, ବିଧାନସଭା ପାଇଁ 3 ଜଣଙ୍କ ନାଁ ଏବଂ ସଂସଦୀୟ କ୍ଷେତ୍ର ପାଇଁ 5ଜଣ ଙ୍କ ନାଁ ଦେବାକୁ କୁହାଯାଇଛି ।

ଯେଉଁ ପ୍ରାର୍ଥୀଙ୍କର ଜିତିବାର ସର୍ବାଧିକ ସମ୍ଭାବନା ରହିଛି, ସ୍ୱଚ୍ଛ ଭାବମୂର୍ତ୍ତି ଓ ଲୋକପ୍ରିୟତା ଅଧିକ ରହିଛି ସେଭଳି ପ୍ରାର୍ଥୀ ଦେଵ ରାଜ୍ୟ କଂଗ୍ରେସ । ବିଧାୟକ ଓ ସାଂସଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଦେବାକୁ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପିସିସି ସଭାପତି ଶରତ ପଟନାୟକ । ଲକ୍ଷ ହେଉଛି କଂଗ୍ରେସ ତୃଣମୂଳ ସ୍ତରରେ ଅଧିକ ସଂଗଠିତ ହେବ । ପ୍ରଥମକରି ଜିଲ୍ଲା ସଭାପତିମାନେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସୁପାରିଶ କରିବେ । ପରେ AICC ତାକୁ ତର୍ଜମା କରି ଟିକେଟ ଦେଵ। ଏଥିପାଇଁ ଯୁଧ୍ୟ କାଳୀନ ଭିତ୍ତିରେ ପ୍ରକ୍ରିୟା ଜାରି ରହିଛି ।

କଂଗ୍ରେସ ଇତିହାସରେ ପ୍ରଥମ ଥର ପାଇଁ ବିଧାୟକ ଓ ସାଂସଦ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଚୟନ କରିବେ ଜିଲ୍ଲା ସଭାପତି। ଏଭଳି କରି କଂଗ୍ରେସ ଦଳ ଗଣତନ୍ତ୍ର ଉପରେ ବିଶ୍ୱାସ କରେ ବୋଲି ଏକ ବାର୍ତ୍ତା ଜନସାଧାରଣଙ୍କୁ ଦିଆଯାଉଛି କି ? ଏଭଳି ପ୍ରକ୍ରିୟାରେ କେତେ ସ୍ୱଚ୍ଛ ତା ଅବଲମ୍ବନ କରୁଛି ରାଜ୍ୟ କଂଗ୍ରେସ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details