ଓଡିଶା

odisha

ETV Bharat / state

ତାରାଙ୍କ ସ୍ତୁତି: ନିଜେ ବଞ୍ଚିଲେ ବାପାର ନାଁ... - ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି

ମୀନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ହଟେଇ ଦିଆଯାଇଛି । ଯାହାକୁ ନେଇ ଉକ୍ଷିପ୍ତ ଥିଲେ ଜୟପୁର ବିଧାୟକ ତଥା ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି । ଏଥିପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଦାୟୀ କରିଥିଲେ ତାରା । ସାଂସଦ ଓ ବିଧାୟକଙ୍କ କଳି ଦିଲ୍ଲୀରେ ପହଞ୍ଚିଥିଲେ । ଅଧିକ ପଢନ୍ତୁ

ତାରାଙ୍କ ସ୍ତୁତି: ନିଜେ ବଞ୍ଚିଲେ ବାପାର ନାଁ, ଜୟପୁରରେ ରହିବି ସୀମିତ
ତାରାଙ୍କ ସ୍ତୁତି: ନିଜେ ବଞ୍ଚିଲେ ବାପାର ନାଁ, ଜୟପୁରରେ ରହିବି ସୀମିତ

By

Published : Jun 23, 2023, 6:00 PM IST

ତାରାଙ୍କ ସ୍ତୁତି: ନିଜେ ବଞ୍ଚିଲେ ବାପାର ନାଁ, ଜୟପୁରରେ ରହିବି ସୀମିତ

ଭୁବନେଶ୍ବର: ଦଳବଳ ନେଇ ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ସେଠାରୁ ଫେରିବା ପରେ ବଦଳିଛି ତାରାଙ୍କ ମିଜାଜ । ହାଇକମାଣ୍ଡଙ୍କ ସହ ଦଳର ସଂଗଠନ କିପରି ପୁନର୍ଗଠନ ହେବ ସେ ନେଇ ଆଲୋଚନା ହୋଇଥିବା କଥା କହିଛନ୍ତି ତାରା । ନିଜେ ବଞ୍ଚିଲେ ବାପାର ନାଁ ନ୍ୟାୟରେ କେବଳ ଜୟପୁରରେ ସୀମିତ ରହିବି ବୋଲି ତାରା କହିଛନ୍ତି ।

ମୀନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ହଟେଇ ଦିଆଯାଇଛି । ଯାହାକୁ ନେଇ ଉକ୍ଷିପ୍ତ ଥିଲେ ଜୟପୁର ବିଧାୟକ ତଥା ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି । ଏଥିପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଦାୟୀ କରିଥିଲେ ତାରା । ସାଂସଦ ଓ ବିଧାୟକଙ୍କ କଳି ଦିଲ୍ଲୀରେ ପହଞ୍ଚିଥିଲେ । ଦଳବଳ ନେଇ ଦିଲ୍ଲୀ ଯାଇଥିଲେ ତାରା । ସାଂସଦଙ୍କ ବିରୋଧରେ ଫେରାଦ ଓ ପତ୍ନୀଙ୍କୁ ପୁନର୍ବାର ଜିଲ୍ଲା ସଭାପତି ପଦରେ ଅବସ୍ଥାପିତ କରିବାକୁ ତାରା ଦିଲ୍ଲୀ ଯାଇଥିବା କୁହାଯାଉଥିଲା । ହେଲେ ଦିଲ୍ଲୀରୁ ଫେରିଲା ପରେ ଅଲଗା କିଛି କହିଛନ୍ତି ତାରା ।

ତାରା କହିଛନ୍ତି ଯେ, ହାଇକମାଣ୍ଡଙ୍କ ସହ ଦଳର ସଂଗଠନ କିପରି ପୁନର୍ଗଠନ ହେବ ସେନେଇ ଆଲୋଚନା ହୋଇଛି । ବିଜୁ ଜନତା ଦଳ ଓ ବିଜେପି ଲୋକଙ୍କ ଆସ୍ଥା ହରାଇଲେଣି । ଭୋଟ ଦେବେ କାହାକୁ ଏନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଲାଣି । କଂଗ୍ରେସକୁ ଭୋଟ ଦେବାକୁ ଇଚ୍ଛା କଲା ବେଳେ ବିଭିନ୍ନ ସମସ୍ୟା ଉଠୁଛି । ସେହି ପ୍ରସଙ୍ଗକୁ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି । ଲୋକେ କଂଗ୍ରେସକୁ ଭୋଟ ଦେବାକୁ ଚାହୁଁଛନ୍ତି, ଆମେ ନେବାର କାର୍ଯ୍ୟକ୍ରମ କରିବାର ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୀନାକ୍ଷୀଙ୍କୁ ପୁନର୍ବାର ସଭାପତି କରିବାକୁ ଦିଲ୍ଲୀ ଯିବା କଥା ମିଥ୍ୟା । ଭୁଲ କଥା ପ୍ରଚାରିତ ହୋଇଛି । ବୁଲିବାକୁ ଯାଇଥିଲୁ । ମୀନାକ୍ଷୀ ବାହିନୀପତିଙ୍କୁ ପୁନର୍ବାର ସଭାପତି କର ବୋଲି କଥା ଉଠି ନାହିଁ । ଜଗନ୍ନାଥ ଆଡ଼ପ ମଣ୍ଡପରେ ଅଛନ୍ତି, ମୀନାକ୍ଷୀଙ୍କୁ ପୁନର୍ବାର ସଭାପତି କରନ୍ତୁ ବୋଲି କୁହାଯାଇନାହିଁ । ମୀନାକ୍ଷୀ ବାହିନୀପତିଙ୍କୁ ସଭାପତି କଲେ ବି ଆମେ ଗ୍ରହଣ କରିବୁ ନାହିଁ । କିନ୍ତୁ ଆଲୋଚନା ମାଧ୍ୟମରେ ନୂଆ ଜିଲ୍ଲା ସଭାପତି କରିଥିଲେ ଭଲ ହୋଇଥାନ୍ତା ।

ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ସ୍ଥିତି ଭଲ ଅଛି । ଜାଣିଶୁଣି କଂଗ୍ରେସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ଦଳ ଓ ଅନ୍ୟ ଦଳର ଲୋକ ମିଳିତ ଭାବେ କରୁଥିବେ । ସମୟ ଆସିଲେ ଜଣାପଡିବ । ଅସହିଷ୍ଣୁ ହୋଇ ମୋତେ ସହି ପାରୁ ନାହାଁନ୍ତି । କୋରାପୁଟରେ କଂଗ୍ରେସ 28ରୁ 13 ଜିଲ୍ଲା ପରିଷଦ ଜିତିଛି । 4ରୁ 2 ଟି ଏନଏସି ଜିତିଛୁ । ଜୟପୁରରେ 5500 ଭୋଟ ରେ କଂଗ୍ରେସ ଜିତିଛି । କୋଟପାଡରେ କଂଗ୍ରେସ ଜିତିଛି । ଯେମିତି ଲଢିବା କଥା ନିର୍ବାଚନ ଲଢିବୁ । ଲଢି ଲଢି ଆସିଛୁ, ଲଢିବୁ । ରାଜ୍ୟ କଥା ଜାଣିନାହିଁ । ଅବିଭକ୍ତ କୋରାପୁଟ କଥା ଜାଣିଛି ।

ସାଂସଦ ଜିତିବା କଥାରେ ତାରା କହିଲେ, କେତେବେଳେ କେଉଁ ପାଣି ଯିବ କଣ କହିହେବ । ଗତଥର ସାଂସଦଙ୍କୁ ବିରୋଧ କରିନଥିଲୁ । ରାୟଗଡାରେ ସାଂସଦ ପଛୁଆ ଥିଲେ । କୋରାପୁଟ ପ୍ଲସ ଦେଲା । ସେ ଜିତିଲେ । ଏବେ ବି ପ୍ଲସ ଅଛି । ନିଜେ ବଞ୍ଚିଲେ ବାପାର ନାଁ । କେବଳ ମୁଁ ଜୟପୁରରେ ସୀମିତ ରହିବି । କିଏ ଟିକେଟ ପାଉ ନପାଉ ମୁଣ୍ଡ ଖେଳାଇବାର ନାହିଁ । ହାଇକମାଣ୍ଡଙ୍କୁ ଏହା କହିଛି । ଟିକେଟ ଦେଲେ ଖୁସି । ନଦେଲେ ବି ଖୁସି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details