ଖୋର୍ଦ୍ଧା: ‘ଲଗା ତାଳି’, ‘ମାଡି ଚାଲ’, ‘ରେଡି’, ସୁର ଭାଇଙ୍କ ପାଟି ପେଡିରୁ ବାହାରୁଥାଏ ଫନି ଡାଇଲୋଗ । ଖାଣ୍ଟି ଓଡିଆ ହେଉ ଅବା ଇଂରାଜୀ ଓଡିଆ ଫେଣ୍ଟାଫେଣ୍ଟି ଶବ୍ଦ ଖଞ୍ଜି ବିରୋଧୀଙ୍କୁ ସମାଲୋଚନା କରିବା କିମ୍ବା ସାଧାରଣଙ୍କୁ ହସାଇବାରେ ମାହିର ସଭିଁଙ୍କ ପ୍ରିୟ ସୁର ଭାଇ । ଏବେ ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଯାହା କହୁଛନ୍ତି ତାହା ଗଣମାଧ୍ୟମର ବଡ଼ ଖବର ହେଉଛି । ତାଙ୍କ କଥାର କ୍ରେଜ୍ ବଢିବା ସହ ତାଳି ମାରି ହସିହସି ବେଦମ୍ ହେଉଛନ୍ତି ଲୋକେ । ଏବେ ସୁର ଭାଇ ଆଖୁ ପେଡିବା ଓ ତାଙ୍କ କର୍ମୀଙ୍କୁ ଆଖୁ ରସ ପିଆଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଆଖୁ ପେଡ଼ିଲେ ବିଧାୟକ ସୁରେଶ ରାଉତରାୟ, ଭିଡିଓ ଭାଇରାଲ - Mla Suresh Kumar Routray grind sugarcane
ସୁର ଭାଇଙ୍କ ଆଖୁ ପେଡିବା ଓ ତାଙ୍କ କର୍ମୀଙ୍କୁ ଆଖୁ ରସ ପିଆଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଆଖୁ ପେଡ଼ିଲେ ବିଧାୟକ ସୁରେଶ ରାଉତରାୟ
ସବୁବେଳେ ନିଜ ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏହି ଭିଡ଼ିଓରେ ଆଖୁ ପେଡା ମେସିନର ଚକିକୁ ନିଜ ହାତରେ ବୁଲାଉଛନ୍ତି ସୁର ଭାଇ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ ଭିଡ଼ିଓରେ ସୁରଭାଇ ଆଖୁ ପେଡି ନିଜ କର୍ମୀଙ୍କୁ ପିଇବାକୁ ଦେଉଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Nov 11, 2019, 10:56 PM IST