ଭୁବନେଶ୍ବର: ନବୀନ ବାବୁ ଯେବେ ନିଜକୁ ଫିଟ ଭାବିବେ ସେବେ ନିର୍ବାଚନକୁ ଯିବେ । ଆଗାମୀ ଡିସେମ୍ବରରେ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେହି ସମୟରେ ନବୀନ ବାବୁ ଓଡିଶାରେ ମଧ୍ୟ ବିଧାନସଭା ନିର୍ବାଚନ କରାଇ ପାରନ୍ତି । ସେ ଯେତେବେଳେ ଅନୁଭବ କରିବେ ଆମେ ବିଜୟୀ ହେବୁ ସେତେବେଳେ ନିର୍ବାଚନକୁ ଯିବେ । ଯାହା ଗତ ମ୍ୟୁନିସିପାଲଟି ନିର୍ବାଚନରେ ପ୍ରମାଣିତ ହୋଇସାରିଛି । ଆଗୁଆ ନିର୍ବାଚନ ହେଲେ କିଛି ଅସୁବିଧା ନାହିଁ । ବିଜେପି ସବୁବେଳେ ପ୍ରସ୍ତୁତ ଅଛି । ଆଜି ଏଭଳି ଦମ୍ଭୋକ୍ତି ବାଢିଛନ୍ତି ବରିଷ୍ଠ ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ ।
ଆଜି ଇଟିଭି ଭାରତ ସହ ଆଲୋଚନା ବେଳେ ପ୍ରଦୀପ୍ତ କହିଛନ୍ତି, ‘‘ନବୀନ ବାବୁ ଯେବେ ନିଜକୁ ଫିଟ ଭାବିବେ ସେବେ ନିର୍ବାଚନକୁ ଯିବେ । ଆଗାମୀ ଡିସେମ୍ବରରେ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେହି ସମୟରେ ନବୀନ ବାବୁ ଓଡିଶାରେ ମଧ୍ୟ ବିଧାନସଭା ନିର୍ବାଚନ କରାଇ ପାରନ୍ତି । ସେ ଯେତେବେଳେ ଅନୁଭବ କରିବେ ଆମେ ବିଜୟୀ ହେବୁ ସେତେବେଳେ ନିର୍ବାଚନକୁ ଯିବେ । ଯାହା ଗତ ମ୍ୟୁନିସିପାଲଟି ନିର୍ବାଚନରେ ପ୍ରମାଣିତ ହୋଇସାରିଛି । ଆଗୁଆ ନିର୍ବାଚନ ହେଲେ କିଛି ଅସୁବିଧା ନାହିଁ। ବିଜେପି ସବୁବେଳେ ପ୍ରସ୍ତୁତ ଅଛି । ଯେକୌଣସି ମୁହୁର୍ତ୍ତରେ ବି ନିର୍ବାଚନ ହେଲେ ଆମେ ପ୍ରସ୍ତୁତ।’’