ଓଡିଶା

odisha

ETV Bharat / state

'ଦୁର୍ବଳ ହୋଇଗଲେଣି ନବୀନ, ଅଯଥାରେ 5T ସଚିବକୁ କରୁଛନ୍ତି ଡିଫେଣ୍ଡ' - ପ୍ରଦୀପ ପାଣିଗ୍ରାହୀ

5T ସଚିବ ଜିଲ୍ଲା ଗସ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା । କହିଲେ ଦୁର୍ବଳ ହୋଇଗଲେଣି ନବୀନ, ଅଯଥାରେ 5T ସଚିବକୁ ଡିଫେଣ୍ଡ କରୁଛନ୍ତି। ଅଧିକ ପଢନ୍ତୁ

MLA Pradeep reaction after Naveen defends pandian
MLA Pradeep reaction after Naveen defends pandian

By ETV Bharat Odisha Team

Published : Sep 26, 2023, 8:03 PM IST

Updated : Sep 26, 2023, 9:24 PM IST

'ଦୁର୍ବଳ ହୋଇଗଲେଣି ନବୀନ, ଅଯଥାରେ 5T ସଚିବକୁ କରୁଛନ୍ତି ଡିଫେଣ୍ଡ'

ଭୁବନେଶ୍ବର:ଦୁର୍ବଳ ହୋଇଗଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତକୁ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ରଖିଥିବା ଜବାବରୁ ଏହା ଅନୁଭବ ହେଉଛି । ମୁଖ୍ୟମନ୍ତ୍ରୀ ଯାହା କହିବେ ତାହା ବେଦର ଗାର ନୁହେଁ । ଏମିତି କଡା ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ ପ୍ରଦୀପ ପାଣିଗ୍ରାହୀ । ବିଧାନସଭା ମୌସୁମୀ ଅଧିବେଶନର 2ୟ ଦିନରେ 5ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ଉତ୍ତର ରଖିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ।

ଏ ନେଇ ପ୍ରଦୀପ କହିଛନ୍ତି, "ସବୁବେଳେ, ସବୁ ଆଡେ ପ୍ରଚାର ହେଉଛି 5ଟି ସଚିବ ଗସ୍ତ କରୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା CMO ଜିଲ୍ଲା ଗସ୍ତ କରୁଛି ବୋଲି ସେ କହିଛନ୍ତି । ତାଙ୍କ ବ୍ୟକ୍ତିଗତ ସଚିବ ଗସ୍ତ କରୁଛନ୍ତି ବୋଲି ସେ କହିନାହାନ୍ତି । ଅଭିଯୋଗ ଶୁଣାଣି କରିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । କିନ୍ତୁ ସେଠାରେ 5ଟି ଟି - ସାର୍ଟ ପିନ୍ଧି ଲୋକ ବୁଲୁଛନ୍ତି । କେଉଁଠି ସିଏମଓ ଟି-ସାର୍ଟ ପିନ୍ଧା ଲୋକ ଦେଖିବାକୁ ମିଳନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ଗତକାଲି ଯେଉଁ ଉତ୍ତର ରଖିଛନ୍ତି, ସେ ନିଜେ ନିଜକୁ ଦୁର୍ବଳ କରିଦେଲେଣି ବୋଲି ଅନୁଭବ ହେଉଛି । ସେ ଫିଟ ଅଛନ୍ତି ।"

ଏହା ବି ପଢନ୍ତୁ- ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧ କରୁଛନ୍ତି ବିରୋଧୀ

ସେ ଆହୁରି ମଧ୍ୟ କହିଛନ୍ତି, "କୋଭିଡ ପରେ ଯେଉଁ ଅଭିଯୋଗ ଶୁଣାଣି କଥା କହୁଛନ୍ତି, ଆଗରୁ ସେ କଥା ସ୍ପଷ୍ଟ କଲେନି । ବୁଲିବା ଯେତେବେଳେ ଆରମ୍ଭ ହେଲା ସେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ କରିଥାନ୍ତେ । କହିଥାନ୍ତେ ମୁଁ ମୋ 5ଟି ସଚିବକୁ ଅଭିଯୋଗ ଶୁଣାଣି ପାଇଁ ପଠାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କେବଳ ଜଣେ ଅଧିକାରୀଙ୍କୁ ନେଇ ଗଠନ ହୋଇଛି କି ବୋଲି ବିରୋଧୀ ଦଳ ନେତା ଉଠାଉଥିବା ପ୍ରସଙ୍ଗ ତାହାକୁ ମୁଁ ସମର୍ଥନ କରୁଛି । ଠିକ ପ୍ରସଙ୍ଗ ସେ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ଶାସନ ସଚିବ କିଏ ? କେବଳ କଣ ଜଣେ ସଚିବଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କି ? ଭିନିଲ କ୍ରିଷ୍ଣା, ରୁପା ରୋଷଣ ସାହୁ, ଡିଏସ୍ କୁଟେ ଅଛନ୍ତି । ସେମାନେ କଣ ଯୋଗ୍ୟ ନୁହଁନ୍ତି କି ? ସେମାନଙ୍କୁ କାହିଁକି ପଠାଯାଉନାହିଁ ?

ଏହା ବି ପଢନ୍ତୁ- Assembly Monsoon Session: ମୁଖ୍ୟମନ୍ତ୍ରୀଙ୍କ ପାଲଟା ପ୍ରଶ୍ନ, ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିଲେ ଅସୁବିଧା କେଉଁଠି ?

କେବଳ ଏହି ଜଣେ ଯୋଗ୍ୟ ବ୍ୟକ୍ତି ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗତକାଲି ଉତ୍ତର ସନ୍ଦେହ ଘେରରେ ଅଛି । ମୁଖ୍ୟମନ୍ତ୍ରୀ ଅଯଥାରେ ତାଙ୍କ ବ୍ୟକ୍ତିଗତ ସଚିବକୁ ଡିଫେଣ୍ଡ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଉଚିତ ବୋଲି ଭାବୁଛନ୍ତି । ଓଡିଆ ଲୋକ ଭକୁଆ ନୁହଁନ୍ତି । ଅଜଣା ବି ନୁହଁନ୍ତି । ଆଜିର ଦିନରେ ସମସ୍ତେ ସଚେତନ ହେଲେଣି । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ବହୁମତ ଦେଇଛନ୍ତି । ଏହାର ଅର୍ଥ କଦାପି ନୁହେଁ ଯେ, ମୁଖ୍ୟମନ୍ତ୍ରୀ ଯାହା କହିବେ ତାହା ବେଦର ଗାର । ରୁକ ବେଦ ନା ଯଦୁର ବେଦ ହୋଇଛି ସେ ଯାହା କହିବେ ବେଦର ଗାର ହୋଇଯିବ । କେବଳ ଗୋଟିଏ ସଚିବ ନାଁ ଉଠୁଛି । ଆଉ କାହା ନାଁ ଆସୁନାହିଁ ବୋଲି କହିଛନ୍ତି ପ୍ରଦୀପ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 26, 2023, 9:24 PM IST

ABOUT THE AUTHOR

...view details