ଖୋର୍ଦ୍ଧା: ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଷ । ଖୋର୍ଦ୍ଧା ଜିଲ୍ଲାରେ ଆଜି ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ଏହାକୁ ଉଦଘାଟନ କରିଛନ୍ତି । ସାର୍ବଜନୀନ ଟୀକାକରଣକୁ ନେଇ ଭାରତ ସରକାରଙ୍କ ଦ୍ବାରା ଉନ୍ମୋଚିତ ହୋଇଥିବା ମିଶନ ଇନ୍ଦ୍ରଧନୁର ଶୁଭାରମ୍ଭ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲା ମାତୃ ଶିଶୁ ଚିକିତ୍ସାଳୟରେ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଖୋର୍ଦ୍ଧାରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଷ - ଖୋର୍ଦ୍ଧାରେ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ
ଖୋର୍ଦ୍ଧା ଜିଲ୍ଲାରେ ଆଜି ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ଏହାକୁ ଉଦଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ
ରାଜ୍ୟର ୧୨ଟି ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ଏହି ମିଶନ କାର୍ଯ୍ୟକାରୀ ହେବ । ଆଜି ଠାରୁ ଏପ୍ରିଲ ୪ ତାରିଖ ଯାଏ ଓ ମେ ୨ ତାରିଖରେ ମିଶନ ଇନ୍ଦ୍ରଧନୁଷ-୪ ଅଧୀନରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପ୍ରତ୍ୟେକ ପର୍ଯ୍ୟାୟରେ ଆରମ୍ଭ ଦିନରୁ ସାତ ଦିନ ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ହେବ । ସେହିଭଳି ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୧୮୫ଟି କେନ୍ଦ୍ରରେ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଟିକାକରଣ କରାଯିବ। ଟିକା ମାଧ୍ୟମରେ ୧୨ଟି ରୋଗରୁ ମୁକ୍ତି ଦେବା ହେଉଛି ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ତେବେ ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ବିଭିନ୍ନ ଅଙ୍ଗନବାଡି ଓ ସର୍ବସାଧାରଣ ଗୃହରେ ଟିକାଦାନ ଆରମ୍ଭ କରାଯାଇଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ