ଭୁବନେଶ୍ବର: ମିଶନ ଇନ୍ଦ୍ରଧନୁ ଡ୍ରାଇଭ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଡ୍ରାଇଭରେ ୫ ବର୍ଷରୁ କମ ଏବଂ ପ୍ରସୂତି ମହିଳାଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଯେକୌଣସି ଟିକାରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ଟୀକାକରଣ କରାଯିବ । ଏନେଇ ସମସ୍ତ ଜିଲ୍ଲାରେ ଟୀକାକରଣ ହେବା ସହ U-WIN ଡିଜିଟାଲ ପୋର୍ଟାଲରେ ପଞ୍ଜୀକରଣ କରାଯିବ ବୋଲି ଜଣାପଡ଼ିଛି ।
ଏହି ଡ୍ରାଇଭ୍ରେ ୫ ବର୍ଷରୁ କମ ଏବଂ ପ୍ରସୂତି ମହିଳାଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରଖାଯାଇଛି । ଏହି ଡ୍ରାଇଭ୍ରେ ଯେକୌଣସି ଟିକାରୁ ବଞ୍ଚିତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ଟୀକାକରଣ କରାଯିବ । ସବୁ ଜିଲ୍ଲାରେ ହେବ ଟୀକାକରଣ । ଏନେଇ U-WIN ଡିଜିଟାଲ୍ ପୋର୍ଟାଲରେ ପଞ୍ଜୀକରଣ କରାଯିବ । ଏହି ମିଶନ ଇନ୍ଦ୍ରଧନୁ ଡ୍ରାଇଭ୍ରେ ପୂର୍ବରୁ ୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ କରାଯାଉଥିବା ବେଳେ ଏବେ ୫ ବର୍ଷରୁ କମ ପିଲାଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ ।
ଏହା ବି ପଢନ୍ତୁ- ମିଶନ ଇନ୍ଦ୍ରଧନୁ: ମାଲକାନଗିରିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଅନ୍ୟପଟେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ତାରିଖରୁ ୧୪ ତାରିଖ ଓ ତୃତୀୟ ପର୍ଯ୍ୟାୟରେ ନଭେମ୍ବର ମାସରେ ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ । ସପ୍ତାହକୁ ୬ ଦିନ ହେବ ଏହି ଟୀକାକରଣ । ଯେକୌଣସି ଡୋଜ୍ ବାକି ଥିଲେ ମଧ୍ୟ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରିଛି ସ୍ବାସ୍ଥ୍ୟ ବିଭାଗ । ଦେଶରେ ଟୀକାକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ରହିଛି । ୨୦୧୯-୨୦୨୧ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-5 ରିପୋର୍ଟ ଅନୁସାରେ ୯୦.୫ ପ୍ରତିଶତ ଟୀକାକରଣ ହୋଇଛି । ଜାତୀୟ ହାର ୭୬ ଥିବା ବେଳେ ଓଡ଼ିଶା ଅଧିକ ରହିଛି ଟୀକାକରଣ ହାର । ୨୦ଟି ଜିଲ୍ଲାରେ ୯୦ ପ୍ରତିଶତ ଉପରେ ହୋଇଛି ଟୀକାକରଣ ।
ଗ୍ରାମଞ୍ଚଳ, ସହରାଞ୍ଚଳ, ବସ୍ତି, ଆଦିବାସୀ ଲୋକ, ଅପହଞ୍ଚ ଅଞ୍ଚଳ ଉପରେ ଫୋକସ୍ କରାଯାଇଛି । ହିତାଧିକାରୀ ଚିହ୍ନଟ ପାଇଁ ଘରକୁ ଘର ବୁଲି ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ ୧ ଲକ୍ଷ ୪ ହଜାର ୨୬୧ ଜଣ ୫ ବର୍ଷରୁ କମ ପିଲା ଓ ୧୯ ହଜାର ୮୯୬ ଜଣ ପ୍ରସୂତି ମହିଳା ବଞ୍ଚିତ ହୋଇଛନ୍ତି । ନବରଙ୍ଗପୁରରେ ଅଧିକ ହିତାଧିକାରୀ ବଞ୍ଚିତ ହୋଇଛନ୍ତି । ୨୦୧୫ରୁ ମିଶନ ଇନ୍ଦ୍ରଧନୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଧା ୧୦ ରାଉଣ୍ଡ କରାଯାଇଛି । ୧୨ଟି ରୋଗରୁ ରକ୍ଷା କରାଯାଇପାରୁଛି ଟିକା । ଏହାଦ୍ବାରା ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି । ତେଣୁ ଏ ଡ୍ରାଇଭରେ ସାମିଲ ହେବାକୁ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆହ୍ବାନ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର