ଖୋର୍ଦ୍ଧା:ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ବୃଦ୍ଧା । ମାସେ ପରେ କାଜୁ ଜଙ୍ଗଲରୁ ମିଳିଲା ଗଳିତ ମୃତଦେହ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରାଧାମୋହନପୁରରେ । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ବେଗୁନିଆ ବ୍ଲକ ସିକୋ ଗ୍ରାମର ଜେମାମଣି ମୁଦୁଲି ।
ସୂଚନା ଅନୁଯାୟୀ, ଜେମାମଣି ମୁଦୁଲି ଗତ ମାର୍ଚ୍ଚ ୨୯ ତାରିଖ ସକାଳୁ ଗ୍ରାମ ନିକଟରେ ଥିବା ଚୁଆକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇ ଥିବା ପରିବାର ପକ୍ଷରୁ ସିକୋ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ତେବେ ଗତକାଲି ସନ୍ଧ୍ୟାରେ ରାଧାମୋହନପୁର କାଜୁ ଜଙ୍ଗଲରେ ଗଳିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜେମାମଣିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା ।