ଖୋର୍ଦ୍ଧା:ଗତକାଲି କାଳବୈଶାଖୀ ଯୋଗୁଁ ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଥିଲା । ଫଳରେ ରାଜ କିଶୋର ଖୁଣ୍ଟିଆ ନାମକ ବ୍ୟକ୍ତି ଚିଲିକାର ଅକାତକାତ ଜଳରେ ନିଖୋଜ ହୋଇଯାଇଥିଲେ । ବାଲୁଗାଁ କୋଦପୁର ଗାଁରେ ତାଙ୍କ ଘର । ନିଖୋଜ ହେବାର ୧୯ ଘଣ୍ଟା ପରେ ମିଳିଲା ପତ୍ତା ।
ଚିଲିକାର ବଡକୂଳ ନିକଟ ଖାରିବନ୍ଧରୁ ମିଳିଲା ରାଜ କିଶୋର ଖୁଣ୍ଟିଆଙ୍କ ମୃତଦେହ । ଡଙ୍ଗାରେ ୮ ଜଣ ପର୍ଯ୍ୟଟକଙ୍କ ସହ ଦୁଇ ଜଣ ନାବିକ ଏବଂ ମା କାଳିଜାଇଙ୍କ ପୀଠରେ ବ୍ୟବସାୟ କରୁଥିବା ଦୁଇଜଣ ସ୍ଥାନୀୟ ବାସିନ୍ଦା ବସିଥିଲେ । ବାଲେଶ୍ୱର ରେମୁଣା ଅଞ୍ଚଳର ଗୋଟିଏ ପରିବାର ମା କାଳୀଜାଈଙ୍କ ଦର୍ଶନ ପାଇଁ ଯାଇଥିଲେ । ତେବେ ଫେରିବା ବେଳେ ଚିଲିକାର ଚଢେଇଗୁହା ପାହାଡ଼ ନିକଟରେ କାଳବୈଶାଖୀ ପ୍ରଭାବରେ ଡଙ୍ଗାଟି ବୁଡି ଯାଇଥିଲା ।