ଖୋର୍ଦ୍ଧା : ଶଳାର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ ଘଟଣା । ମିଳିଲା ନିଖୋଜ ଭିଣୋଇର ମୃତଦେହ । ମୃତଦେହ ନିଖୋଜ ହୋଇଥିବା ପୋଖରୀରେ ଆଜି ସକାଳୁ ପୋଖରୀରେ ଭାସୁଥିବା ଦେଖାଦେଇଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡରେ ।
ସୂଚନା ଅନୁଯାୟୀ, ପୁବୁସାହି ଗ୍ରାମର ବାପି ସାମନ୍ତରାୟ ବୋଲଗଡ ବ୍ଲକ ବାଙ୍କୋଇ ପଞ୍ଚାୟତର ହାଟବସ୍ତ ସ୍ଥିତ ନିଜ ଶଳା ଦିପୁ ଚମ୍ପତିଙ୍କ ବିବାହ ଭୋଜିକୁ ଆସିଥିଲେ । ଏନେଇ ବୁଧବାର ବିଳମ୍ବିତ ରାତିରେ ବାପି କିଛି ଯୁବକଙ୍କ ସହ ହାଟବସ୍ତ ଗ୍ରାମ ନିକଟରେ ଥିବା ବେଗୁନିଆ ପୋଖରୀ କୂଳରେ ପ୍ରଚୁର ମଦପାନ କରିଥିଲେ । ବାପି ଅସାବଧାନତା କାରଣରୁ ପୋଖରୀ ଭିତରେ ଗଳି ପଡି ନିଖୋଜ ହୋଇଯାଇଥିଲେ । ଏଥିପାଇଁ ଗ୍ରାମବାସୀ ବୋଲଗଡ ଅଗ୍ନିଶମ ବହିନୀକୁ ରାତିରେ ଖବର ଦେବାସହ ରାତିସାରା ପୋଖରୀ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ ।