ଓଡିଶା

odisha

By

Published : Nov 4, 2022, 6:49 PM IST

ETV Bharat / state

ବୃଦ୍ଧଙ୍କ ଠାରୁ ୫୦ ହଜାର ଟଙ୍କା ଝାମ୍ପି ନେଲେ ଲୁଟେରା

ବୃଦ୍ଧଙ୍କ ଠାରୁ ୫୦ ହଜାର ଟଙ୍କା ଝାମ୍ପି ନେଲେ ଲୁଟେରା । ପଲସରରେ ଆସି ବୃଦ୍ଧଙ୍କ ଠାରୁ ଟଙ୍କା ଝାମ୍ପି ନେଲେ ଲୁଟେରା । ବାଘମାରୀ ସିମୋର ରାସ୍ତା ମଝିରୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ କଲେ ବୃଦ୍ଧ ଜଣଙ୍କ । ଅଧିକ ପଢନ୍ତୁ

ବୃଦ୍ଧଙ୍କ ଠାରୁ ୫୦ ହଜାର ଟଙ୍କା ଝାମ୍ପି ନେଲେ ଲୁଟେରା
ବୃଦ୍ଧଙ୍କ ଠାରୁ ୫୦ ହଜାର ଟଙ୍କା ଝାମ୍ପି ନେଲେ ଲୁଟେରା

ଖୋର୍ଦ୍ଧା:ଜିଲ୍ଲାରେ ପୁଣି ମାତିଲେ ଲୁଟେରା । ପଲସରରେ ଆସି ବୃଦ୍ଧଙ୍କ ଠାରୁ ୫୦ ହଜାର ଟଙ୍କା ଝାମ୍ପି ନେଲେ ଲୁଟେରା (miscreants looted money from old man in Khordha ) । ଖୋର୍ଦ୍ଧା 48 ନମ୍ବର ରାଜ୍ୟ ରାଜପଥର ବାଘମାରୀ ସିମୋର ରାସ୍ତା ମଝିରୁ ବୁଦ୍ଧଙ୍କୁ ଧକ୍କାମାରି ଲୁଟି ନେଲେ ଟଙ୍କା । ଲୁଟର ଶିକାର ହୋଇଥିବା ବୃଦ୍ଧ ଜଣଙ୍କ ହେଉଛନ୍ତି ବଡବେରଣା ଗ୍ରାମର ଜଟ ସେନାପତି ।

ବୃଦ୍ଧଙ୍କ ଠାରୁ ୫୦ ହଜାର ଟଙ୍କା ଝାମ୍ପି ନେଲେ ଲୁଟେରା

ମିଳିଥିବା ସୂଚନା ଅନୁଯାୟୀ, ଜଟ ସେନାପତି ବାଘମାରି ସ୍ଥିତ ଇଣ୍ଡିଆନ ବ୍ୟାଙ୍କରୁ ଆଜି 50ହଜାର ଟଙ୍କା ଉଠାଇ ନିଜ ଗ୍ରାମ ଅଭିମୁଖେ ଆସୁଥିଲେ । ଏହି ସମୟରେ ବାଘମାରି ସିମୋର ରାସ୍ତାରେ ଏକ ପଲସରରେ ଜଣେ ଦୁର୍ବୃତ୍ତ ଆସି ବଦ୍ଧଙ୍କୁ ପ୍ରଥମେ ଧକ୍କା ମାରିଥିଲା । ଏହାପରେ ବୃଦ୍ଧଙ୍କ ଠାରୁ ୫୦ ଟଙ୍କା ଛଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଲୁଟର ଶିକାର ହେବା ପରେ ବୃଦ୍ଧ ଜଣଙ୍କ ବାଘମାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ତଦନ୍ତ ଆରମ୍ଭ କରି ବ୍ୟାଙ୍କର ସିସିଟିଭି ଯାଞ୍ଚ କରିଛି ପୋଲିସ । ବର୍ତ୍ତମାନ ତଦନ୍ତ ଜାରି ରହିଥିବା ବେଳେ ଦୁର୍ବୃତ୍ତକୁ ଧରିବାରେ ସଫଳ ହୋଇନି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରାରେ କଟକି ସାମଗ୍ରୀ ଉପରେ ଫୋକସ

ଲୁଟର ଶିକାର ହୋଇଥିବା ବୃଦ୍ଧ ଜଣଙ୍କ କହିଛନ୍ତି, ''ମୁଁ ଆଜି ଇଣ୍ଡିଆନ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲି । ବାଘମାରୀ ସିମୋର ରାସ୍ତାରେ ଜଣେ ଯୁବକ ପଲସରରେ ଆସି ମୋତେ ଧକ୍କା ଦେବା ପରେ ଟଙ୍କା ଧରି ଫେରାର ହୋଇଯାଇଥିଲା । ଏନେଇ ମୁଁ ବ୍ୟାଙ୍କରେ ଜଣାଇବା ପରେ ଥାନାରେ ଅଭିଯୋଗ କରିଛି ।''

ଅକ୍ଟୋବର ୨୧ ତାରିଖ ଦିନ କିଛି ଦୁର୍ବୃତ୍ତ ଚମ୍ପାଇଲୋ ଗ୍ରାମର ପ୍ରସନ୍ନ କୁମାର ଚମ୍ପତିରାୟଙ୍କ ଘରର ଝରକା ଗ୍ରିଲ ତାଡି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଲୁଟ ହୋଇଥିବାର ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ । ପ୍ରସନ୍ନଙ୍କ ବଡ଼ ପୁଅ, ବୋହୂ କୌଣସି ଏକ କାମରେ ବାହାରକୁ ଯାଇଥିବା ବେଳେ ଘରେ କେବଳ ସ୍ତ୍ରୀ ଆଉ ସାନ ପୁଅ ଥିଲେ । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଝରକା ଗ୍ରିଲ ତାଡି ଘରେ ପଶିବା ସହ ଆଲମାରୀ ଭାଙ୍ଗି ସେଥିରେ ଥିବା ସିକ୍ରେଟ ଚାବିକୁ ଖୋଲି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଧରି ଫେରାର ହୋଇ ଯାଇଥିଲେ । ଏନେଇ ପ୍ରସନ୍ନ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତକାରୀ ଅଧିକାରୀ ଏସଆଇ ମାଧବନନ୍ଦ ବସ୍ତିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details