ଓଡିଶା

odisha

By

Published : Oct 21, 2022, 10:40 PM IST

ETV Bharat / state

ଝରକା ଗ୍ରିଲ ତାଡି କଳାକନା ବୁଲାଇଲେ ଚୋର

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅଞ୍ଚଳରେ ଚମ୍ପାଇଲୋ ଗ୍ରାମର ପ୍ରସନ୍ନ କୁମାର ଚମ୍ପତିରାୟଙ୍କ ଘରର ଝରକା ଗ୍ରିଲ ତାଡି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଝରକା ଗ୍ରିଲ ତାଡି କଳାକନା ବୁଲାଇଲେ ଚୋର
ଝରକା ଗ୍ରିଲ ତାଡି କଳାକନା ବୁଲାଇଲେ ଚୋର

ଖୋର୍ଦ୍ଧା:ମଉକା ଦେଖି କଳାକନା ବୁଲାଇଲେ ଲୁଟେରା । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ଚୋରି, ଡକାୟତି ଏବଂ ରାହାଜାନି । ହେଲେ ବେଗୁନିଆ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରୁନି ।

ଝରକା ଗ୍ରିଲ ତାଡି କଳାକନା ବୁଲାଇଲେ ଚୋର

ତେବେ ସୂଚନା ଅନୁଯାୟୀ, ଗତକାଲି କିଛି ଦୁର୍ବୃତ୍ତ ଚମ୍ପାଇଲୋ ଗ୍ରାମର ପ୍ରସନ୍ନ କୁମାର ଚମ୍ପତିରାୟଙ୍କ ଘରର ଝରକା ଗ୍ରିଲ ତାଡି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଲୁଟ ହୋଇଥିବାର ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ।

ଘଟଣାନୁଯାୟୀ ପ୍ରସନ୍ନଙ୍କ ବଡ଼ ପୁଅ, ବୋହୂ କୌଣସି ଏକ କାମରେ ବାହାରକୁ ଯାଇଥିଲେ । ଘରେ କେବଳ ସ୍ତ୍ରୀ ଆଉ ସାନ ପୁଅ ଥିଲେ । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଝରକା ଗ୍ରିଲ ତାଡି ଘରେ ପଶିବା ସହ ଆଲମାରୀ ଭାଙ୍ଗି ସେଥିରେ ଥିବା ସିକ୍ରେଟ ଚାବିକୁ ଖୋଲି ତା ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଲୁଟି ଫେରାର ମାରିଛନ୍ତି ।

ଏନେଇ ପ୍ରସନ୍ନ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତକାରୀ ଅଧିକାରୀ ଏସଆଇ ମାଧବନନ୍ଦ ବସ୍ତିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details