ଓଡିଶା

odisha

By ETV Bharat Odisha Team

Published : Nov 21, 2023, 5:54 PM IST

ETV Bharat / state

ରାଜଧାନୀରେ ବିପଦରେ ବ୍ୟବସାୟୀ, ବଟି ପାଇଁ ଚାଲୁଛି ଖୁଲମଖୁଲା ଦାଦାଗିରି

ରାଜଧାନୀରେ ବିପଦରେ ବ୍ୟବସାୟୀ । ସାମ୍ନାକୁ ଆସିଲା ବଟି ପାଇଁ ଦାଦାଗିରିର ଚିତ୍ର । ଅଧିକ ପଢ଼ନ୍ତୁ

extortion case in Bhubaneswar
extortion case in Bhubaneswar

ରାଜଧାନୀରେ ବିପଦରେ ବ୍ୟବସାୟୀ, ବଟି ପାଇଁ ଚାଲୁଛି ଖୁଲମଖୁଲା ଦାଦାଗିରି

ଭୁବନେଶ୍ବର:ରାଜଧାନୀରେ ଅସୁରକ୍ଷିତ ବ୍ୟବସାୟିକ ପ୍ରତିଷ୍ଠାନ । ଦାଦାବଟି ଆଦାୟ ପାଇଁ ଟାର୍ଗେଟରେ ବ୍ୟବସାୟୀ । ବଟି ନଦେଲେ ରକ୍ତମୁଖା ହେଉଛନ୍ତି ଅପରାଧୀ । ବିଗତ କିଛି ଦିନ ଧରି ଭୁବନେଶ୍ବରେରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହାର ଝଲକ ଏବେ ନୟାପଲ୍ଲୀ ଥାନା ଅଞ୍ଚଳରୁ ଆସିଛି । ଏଠାରେ ଜଣେ ଗ୍ୟାସ୍‌ ଦୋକାନୀକୁ ବଟି ପାଇଁ କିଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ଅପରାଧୀ । ଯାହାକୁ ନେଇ ଏବେ ଭୟ ଓ ଚିନ୍ତାରେ ପଡ଼ିଛନ୍ତି ଦୋକାନୀ ।

ନୟାପଲ୍ଲୀ ଥାନା ୟୁନିଟ-୮ ଡିଏଭି ସ୍କୁଲ୍‌ ନିକଟରେ ଥିବା ଜଗନ୍ନାଥ ଭେରାଇଟି ଷ୍ଟୋରରେ ଆତଙ୍କର ଚିତ୍ର ସାମ୍ନାକୁ ଆସିଛି । କିଭଳି ଭାବେ ଗତ ୧୮ ତାରିଖରେ ବଟି ମାଗିବାକୁ ଆସିଥିଲେ ୫ରୁ ୬ଜଣ ଯୁବକ । ଏନେଇ ପ୍ରଥମେ କ୍ୟାସ ଡ୍ର' ଖୋଲି ଯାହା ଅଛି ଦେବାକୁ କହିଥିଲେ । ହେଲେ ଟଙ୍କା ଦେଖାଇବାକୁ ମନା କରିବାରୁ ପ୍ରଥମେ ଧମକ ଚମକ ଦେଇଥିଲେ । ପରେ ମାଡ଼ ମାରିବା ଆରମ୍ଭ କରିଥିଲେ । ଆଉ ଦୋକାନୀ ଜଣଙ୍କ ପୋଲିସକୁ ଜଣାଇବା କହିବାରୁ ପୋଲିସ ନା ଶୁଣି ଅତି ଭୟଙ୍କର ଭାବେ ଆକ୍ରମଣ କରିଥିଲେ । ମିଳିମିଶି ସଙ୍ଘବଧ ଭାବେ ଆକ୍ରମଣ ସହ ଏକ ଗ୍ୟାସ୍ ଆଣି ବ୍ୟବସାୟୀଙ୍କ ମୁଣ୍ଡକୁ ଫିଙ୍ଗିଥିଲେ ।

ଏହା ବି ପଢନ୍ତୁ- ପୂଜା ପୂର୍ବରୁ ଦୁର୍ବୃତ୍ତଙ୍କ ଆତଙ୍କ: ୪ ଫ୍ଲାଟରୁ ଲୁଟିଲେ ୨ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗହଣା

ତେବେ ବ୍ୟବସାୟୀ ଜଣକ ଅଳ୍ପକେ ବର୍ତ୍ତିଯାଇଥିବା ଦୃଶ୍ୟରୁ ଦେଖିବାକୁ ମିଳିଛି । ତେବେ ଆତଙ୍କର ଚିତ୍ର ସିସିଟିଭିରେ କଏଦ ହୋଇଛି । ଯେତେବେଳେ ଦାଦାବଟି ପାଇଁ କିପରି ରକ୍ତମୁଖା ପାଲଟିଛନ୍ତି ଅପରାଧୀ । ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ କେସ ରହିଛି । କେସ୍‌ ଥାଇ ବି ପୋଲିସକୁ ଡର ନାହିଁ । ଖୁଲମଖୁଲା ବ୍ୟବସାୟୀଙ୍କୁ ଡରାଇ ଧମକାଇ ଦାଦାବଟି ଆଦାୟ କରୁଛନ୍ତି । ଏନେଇ ନୟାପଲ୍ଲୀ ଥାନାରେ ରିପୋର୍ଟ ପରେ ବି ପୋଲିସ ଏନେଇ କୌଣସି ଆକ୍ସନ ନେଇନାହିଁ ।

ତେବେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା ନୂଆ ନୁହେଁ । ବ୍ୟବସାୟିକ ପ୍ରତିଷ୍ଠାନକୁ କିପରି ଟାର୍ଗେଟ କରୁଛନ୍ତି ଅପରାଧୀ ତାହର ନଜିର ପୂର୍ବରୁ ଅନେକ ରହିଛି । ଗତ ଅକ୍ଟୋବର ୨୭ ତାରିଖ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ କଟକ ରୋଡରେ ଥିବା ଏକ ବାର ସାମ୍ନାରେ ଏକ ହୋଟେଲ ମାଲିକକୁ ଆକ୍ରମଣ ହୋଇଥିଲା । ହୋଟେଲ ସାମ୍ନାରେ କିଛି ଯୁବକ ମଦ ପିଇ ମାତାଲ ହୋଇ ହୋଟେଲ ମାଲିକଙ୍କୁ ଦାଦାବଟି ମାଗିଥିଲେ‌ । ହୋଟେଲ ମାଲିକ ଜଣଙ୍କ ମନା କରିବାରୁ ମଧ୍ୟ ତାକୁ ମାଡ଼ ମାରିଥିଲେ । ଏନେଇ ହୋଟେଲ ମାଲିକ ଆକ୍ରମଣ ନେଇ ଥାନାରେ ଅଭିଯୋଗ କରିଥିଲେ । ଦାଦାବଟି ମାଗି ଟଙ୍କା ମାଗିବା ସହ ହୋଟେଲ ମାଲିକକୁ ଆକ୍ରମଣର ଅଭିଯୋଗ କରିଥିଲେ ମାଲିକ ପ୍ରଭାସ ସାହୁ ।

ଯାହାକୁ ଆଧାର କରି ଜଣେ ପେସାଦାର ଅପରାଧୀ ମିର ସଲିମକୁ ଗିରଫ କରିଥିଲା ପୋଲିସ । କେବଳ ସେତିକି ନୁହେଁ ଗତ ୧୮ ମାର୍ଚ୍ଚରେ ୟୁନିଟ ୪ MLA କଲୋନୀ କଡ଼ରେ ଥିବା ଶ୍ରୀ ଜୁଏଲାରୀ ଗହଣା ଦୋକାନକୁ ବୋମାମାଡ କରିଥିଲେ ଦୁର୍ବୃତ୍ତ । ସୁପାରି ନେଇ ଜିତୁ ପଲେଇ ଗହଣା ଦୋକାନ ମାଲିକ ରମାକାନ୍ତଙ୍କୁ ବୋମାମାଡ଼ କରି ଦୁଇ ଗୋଡ ଗୁରୁତର ଭାବେ ଆଘାତ କରିଥିଲା । ଏପରିକି ବ୍ୟବସାୟିକ କାରବାର କ୍ଷତି ପହଚାଇ ସୁପାରି ନେଇ ଏଭଳି କାଣ୍ଡ ଘଟାଇଥିବା ନେଇ ଜିତୁ ପଲାଇକୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details