ଭୁବନେଶ୍ବର:ବିଏମସି ଅଧିକାରୀଙ୍କ ନାମରେ ଅଭିଯୋଗ । ଟଙ୍କା ନେଣଦେଣକୁ ନେଇ ଅଡୁଆରେ ବିଏମସି ଡେପୁଟି କମିସନର । ସେଲୁନ ମାଲିକାଣି ଘରେ ଅଟକ ଥିବା ବେଳେ ପିସିଆର ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ହନିଟ୍ରାପରେ ଫସିଲେ ଓଏଏସ ଅଧିକାରୀ । ପେଡ୍ ଗର୍ଲଫ୍ରେଣ୍ଡ ଆଳରେ ସମ୍ପର୍କ ବଢାଇ ସେଲୁନ ମାଲିକାଣି ଫସାଇ ଦେଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଧାର ହିସାବରେ ଟଙ୍କା ନେଇ ଆଉ ଫେରାଇଲେ ନାହାନ୍ତି । ଟଙ୍କା ବଦଳରେ ସମୟ ଅତିବାହିତ କରିବାର ଅଫର ଦେବା ସହ ଟଙ୍କା ଫେରସ୍ତ ଆଳରେ ଘରକୁ ଡକାଇ ଭାଇ ଓ ସିକ୍ୟୁରିଟି ଜରିଆରେ ଫସାଇ ଦେଇଥିବା ଅଭିଯୋଗ ହୋଇଛି ।
ପୋଲିସକୁ ଡକାଇ ପିସିଆର ଜରିଆରେ ଥାନାରେ ଫସାଇ ଦେଲେ । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଜଣେ OAS ଅଧିକାରୀ । ଯିଏକି ବିଏମସିରେ ଡେପୁଟି କମିସନର ଭାବେ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ସେଲୁନ ମାଲିକାଣି ନିଜକୁ ଜଣେ ଆଲବମ ଅଭିନେତ୍ରୀ କହିବା ସହ ଆଲବମରେ କାମ କରିବାକୁ ଟଙ୍କା ଦେଇ ପରେ ତା ବଦଳରେ ଅସଦାଚାରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ସରକାରୀ ବାବୁ ତାଙ୍କ ସହ ସମୟ କାଟିବାକୁ ବାଧ୍ୟ କରୁଥିବାର ଅଭିଯୋଗ ଆଣିଛନ୍ତି ମହିଳା ଜଣଙ୍କ ।