ଖୋର୍ଦ୍ଧା: ଅସଦାଚରଣ ଏବଂ ଦୁର୍ନୀତି ଅଭିଯୋଗରେ ବ୍ଲକ ଵିପିଏମଙ୍କୁ ବାନ୍ଧିଲେ ଗ୍ରାମପଞ୍ଚାୟତ ମହିଳା ମଞ୍ଚର ଶହଶହ ସଦସ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଚିଲିକା ବ୍ଲକରେ ।
ଅସଦାଚରଣ ଓ ଦୁର୍ନୀତି ଅଭିଯୋଗ, ବ୍ଲକ ଵିପିଏମଙ୍କୁ ବାନ୍ଧିଲେ ମହିଳା - misbehave allegation on block bpm
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ଗ୍ରାମ ପଞ୍ଚାୟତରେ ଅସଦାଚରଣ ଏବଂ ଦୁର୍ନୀତି ଅଭିଯୋଗରେ ବ୍ଲକ ଵିପିଏମଙ୍କୁ ବାନ୍ଧିଲେ ଗ୍ରାମପଞ୍ଚାୟତ ମହିଳା ମଞ୍ଚର ଶହଶହ ସଦସ୍ୟା ।

ଅସଦାଚରଣ ଓ ଦୁର୍ନୀତି ଅଭିଯୋଗରେ ବ୍ଲକ ଵିପିଏମଙ୍କୁ ବାନ୍ଧିଲେ ମହିଳା
ଅସଦାଚରଣ ଓ ଦୁର୍ନୀତି ଅଭିଯୋଗରେ ବ୍ଲକ ଵିପିଏମଙ୍କୁ ବାନ୍ଧିଲେ ମହିଳା
ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ଗ୍ରାମ ପଞ୍ଚାୟତ ସ୍ତରର ଆଞ୍ଚଳିକ ମହିଳା ମଞ୍ଚର ସଦସ୍ୟାଙ୍କୁ ଚିଲିକା ବ୍ଲକ ବିପିଏମଙ୍କ ଅସଦାଚରଣ ଏବଂ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହାକୁ ନେଇ ହରିପୁର ଗ୍ରାମପଞ୍ଚାୟତ ମହିଳା ମହାସଙ୍ଘର ସଦସ୍ୟାମାନେ ବିପିଏମଙ୍କୁ ଖୁଣ୍ଟରେ ବାନ୍ଧିଥିଲେ। ଶେଷରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିଶ୍ରୁତି ଓ ଟାଙ୍ଗୀ ପୋଲିସ ସହାୟତାରେ ଉକ୍ତ ଅଧିକାରୀଙ୍କୁ ଉଦ୍ଧାର କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ