ଖୋର୍ଦ୍ଧା: ସମ୍ପର୍କରେ ଲାଗିଲା କଳଙ୍କ । ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ସମ୍ପର୍କୀୟ ଦାଦା ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଆଦର୍ଶ ଥାନା ଅନ୍ତର୍ଗତ କୁମାରବସ୍ତ ଗାଁର ଜଣେ ନାବାଳିକା ତାଙ୍କ ସମ୍ପର୍କୀୟ ଦାଦାଙ୍କ ଘରକୁ ମଧ୍ୟାହ୍ନରେ ଟିଭି ଦେଖିବାକୁ ଯାଇଥଲେ । ଏହି ସମୟରେ ଘରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ସମ୍ପର୍କୀୟ ଦାଦା ଜଣକ ନାବାଳିକାକୁ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ ।