ଖୋର୍ଦ୍ଧା:ରାଜ୍ୟରେ ବଢିଚାଲିଛି ନାବାଳିକା ଅପହରଣ ଓ ନିଖୋଜ ମାମଲା । ଗତ କିଛି ଦିନ ଭିତରେ ନାବାଳିକା ନିଖୋଜ ଓ ହତ୍ୟା ଘଟଣା କ୍ରମାଗତ ଭାବେ ବଢ଼ିଚାଲିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରେ ନାବାଳିକା ନିଖୋଜ ନେଇ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଦୁଇମାସ ଧରି ଜଣେ ନାବାଳିକା କଲେଜ ଯାଇ ଫେରିନଥିବା ବେଳେ ବାପା ମାଆ ବାରମ୍ବାର ଅଭିଯୋଗ କରି ଏବେ ଥାନା ଆଗରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:Chit fund Case: CBIକୁ ଅଙ୍ଗୁଳି ଉଠାଇଲା BJD, BJP କହିଲା କୁଆଡେ ଗଲା କର୍ପସ୍ ଫଣ୍ଡ
ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବାଙ୍କୋଇ ଗ୍ରାମରେ । ଜନୈକ ନାବାଳିକା ଗତ ନଭେମ୍ବର ମାସ ୨ ତାରିଖରେ ବିନୋଦପଡା ସ୍ଥିତ କଲେଜକୁ ପାଠ ପଢିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକେ ବିଭିନ୍ନ ସମ୍ପର୍କୀୟ ଘର ଖୋଜା ଖୋଜି କରି ନିରାଶ ହେବା ପରେ ୩ ତାରିଖ ଦିନ ବାଙ୍କୋଇ ଫାଣ୍ଡି ସହ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବୋଲଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ଅଭିଯୋଗକୁ ଦୀର୍ଘ ଦୁଇ ମାସ ବିତି ଯାଇଥିଲେ ବି ନାବାଳିକାଙ୍କ କୌଣସି ପତ୍ତା ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିପାରିଲା ନାହିଁ ।