ଓଡିଶା

odisha

By

Published : Aug 15, 2023, 10:36 AM IST

ETV Bharat / state

ନନ୍ଦନ ବିହାରରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ

ରାଜଧାନୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ। ଅଧିକ ପଢନ୍ତୁ

Minor girl dead body recovered
Minor girl dead body recovered

ଭୁବନେଶ୍ବର:ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର। ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକଟ କଲା ଚାଇଲ୍ଡ ଲାଇନ । ନିଜଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ଚାଇଲ୍ଡ ଲାଇନ । ମୃତ ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିଛି ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଚାଞ୍ଚଲ୍ୟ, ପୃଥକ ସ୍ଥାନରୁ ଦୁଇଟି ମୃତଦେହ ଉଦ୍ଧାର

ଗତ ଶୁକ୍ରବାର ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀର ଏକ ଘର ପଛ ପାଖ ଗଳିରୁ ନାବାଳିକାଙ୍କ ଗଳିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଅବମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ନାବାଳିକାର ପରିଚୟ ମିଳିପାରିନଥିବା ବେଳେ ଆବଶ୍ୟକ ପଡ଼ିଲେ ପୋଲିସ ପୋଷ୍ଟରର ସହାୟତା ଲୋଡ଼ିବ ପୋଲିସ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ବିଧାୟକ କ୍ବାର୍ଟର୍ସରୁ ମିଳିଲା ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଏହାକୁ ନେଇ ଘଟଣାସ୍ଥଳ ପରିଦର୍ଶନ କରି ଚାଇଲ୍ଡ ଲାଇନ ସଦସ୍ୟ କହିଛନ୍ତି ଯେ, ନାମାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଯିଏ ବି ହତ୍ୟାକାଣ୍ଡ ଘଟାଇଛି ସେ ଏହି ସ୍ଥାନକୁ ପ୍ରଥମେ ଅନୁଧ୍ୟାନ କରିଛି । ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରିଏଭଳି ଅଣଆଢୁଆଳ ସ୍ଥାନରେ ଆଣି ଫିଙ୍ଗିଦେଇଛି । ମୃତଶରୀରକୁ ଆମେ ଯେତେବେଳେ ଦେଖିଥିଲୁ ସେତେବେଳେ ନାବାଳିକା ଶରୀରରେ କେବଳ ଡ୍ରେସ ଥିଲା । ତେଣୁ ଚାଇଲ୍ଡ ଲାଇନ ପକ୍ଷରୁ ଆମେ ଥାନାକୁ ଯିବୁ। ଏହି ଘଟଣାରେ ମାମଲା ରୁଜୁ କରିବା ସହ ପୁଙ୍ଖନୁଫୁଙ୍କ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ ବୋଲି କହିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ।

ଏହା ମଧ୍ୟ ପଢନ୍ତୁ-ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ପରିବାର ଆଣିଲା ହତ୍ୟା ଅଭିଯୋଗ

ତେବେ ନାବାଳିକାଙ୍କୁନ ହତ୍ୟା କରାଯାଇଛି ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟହେବ । ତେବେ ନାବାଳିକା ଜଣଙ୍କ କିଏ ନନ୍ଦନ ବିହାରକୁ କେମିତି ଆସିଲେ ତା କେହି ତାଙ୍କୁ ଏଠାରେ ଫୋପାଡି ଦେଇ ଚାଲିଯାଇଛି ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details