ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର । ୟୁନିଟ ୯ ମଙ୍ଗଳା ମନ୍ଦିର ନିକଟ ଏକ ବରକୋଳି ଗଛରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ମନୋରଞ୍ଜନ ଦାସ ଓ ତାଙ୍କର ବୟସ ୧୬ ବର୍ଷ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଦିନ ୧୦ ଟାବେଳେ ଗାଈ ଚରାଇବାକୁ ଆସିଥିବା ମନୋରଞ୍ଜନ ଆଉ ଘରକୁ ଫେରିନଥିଲେ । ତେଣୁ ପରିବାରଲୋକଙ୍କ ସନ୍ଦେହ ବଢିବାକୁ ଖୋଜାଖୋଜି ଆରମ୍ଭ କରିଥିଲେ ।
ତେବେ ବହୁ ଖୋଜାଖୋଜି କରିବା ପରେ ବରକୋଳି ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ପାଇଥିଲେ । ତେବେ ମନୋରଞ୍ଜନଙ୍କ ମୃତ୍ୟୁକୁ ନେଇ ପରିବାରଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଖବରପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ଏହା ମଧ୍ୟ ପଢନ୍ତୁ: T20 World Cup: ଭାରତର ବିଜୟଧାରା ଜାରି, ୫୬ ରନ୍ରେ ହାରିଲା ନେଦରଲାଣ୍ଡ