ଓଡିଶା

odisha

ଆସୁଛି ରଜ, ରାଜଧାନୀରେ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ

ବୟନିକା ପକ୍ଷରୁ ଏକାମ୍ରହାଟରେ ଅନୁଷ୍ଠିତ ହୋଇଯାଇଛି ‘ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା’ । ଅଧିକ ପଢନ୍ତୁ

By

Published : Jun 10, 2023, 11:09 AM IST

Published : Jun 10, 2023, 11:09 AM IST

handicraft  exhibition
handicraft exhibition

handicraft exhibition

ଭୁବନେଶ୍ବର:ବୟନିକା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ‘ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା’ । ହସ୍ତତନ୍ତ ଉନ୍ନୟନ ଆୟୋଗ ବସ୍ତ୍ର ମନ୍ତ୍ରାଳୟ ଓ ବିଭିନ୍ନ ରାଜ୍ୟର ଶୀର୍ଷ ହସ୍ତତନ୍ତ ସମବାୟ ସଂସ୍ଥା ଜରିଆରେ ଏକାମ୍ରହାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି । ବିଶେଷ ରଜ ଉପଲକ୍ଷେ ସ୍ବତନ୍ତ୍ର ରିଆତି ବ୍ୟବସ୍ଥା କରାଯାଇଛି । ମେଳାରେ ୬୦ଟି ପ୍ରାଥମିକ ସମବାୟ ସମିତିରୁ ଓଡ଼ିଶାର ୪୦ ଓ ୨୦ ଟି ସମିତି ଉତ୍ତରପ୍ରଦେଶ, ଜମ୍ମୁକାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ହରିୟାଣାରୁ ବ୍ୟବସାୟୀ ମେଳାରେ ଯୋଗ ଦେଇଛନ୍ତି।

ସେହିପରି ପ୍ରଦର୍ଶନୀରେ ଓଡିଶାର ବାନ୍ଧ ବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକନକରୀ, ଜମ୍ମୁକାଶ୍ମୀରର ପର୍ଶୁନା-ସାଲ, ଦିଲ୍ଲୀ, ହରିୟାଣାର ଫର୍ନିସିଙ୍ଗ୍ ବସ୍ତ୍ର ଓ କର୍ଣ୍ଣାଟକର ସିଲ୍କ ଶାଢୀ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି । ତେବେ ହସ୍ତତନ୍ତ ମେଳା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର, ପରିଚାଳନା ନିର୍ଦେଶିକା ପ୍ରଣତି ଛୋଟରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ଯୁଗ୍ମ ନିର୍ଦେଶକ ଦେବଜିତ ନନ୍ଦୀ, ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ, ବୟନିକାର ପରିଚାଳନା ନିର୍ଦେଶକ ମିଲି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।

ତେବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ହସ୍ତତନ୍ତ କଳାର ପ୍ରଚାର ଓ ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି । ଓଡିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ ଏହି ପ୍ରଦର୍ଶନୀ । ଏହି ବିପଣନକୁ ତ୍ୱରାନ୍ୱିତ କରିବା ପାଇଁ ହସ୍ତତନ୍ତ ଉନ୍ନୟନ ଆୟୋଗ ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ବିଭିନ୍ନ ରାଜ୍ୟର ଶୀର୍ଷର ହସ୍ତତନ୍ତ ସମବାୟ ସଂସ୍ଥା ଜରିଆରେ ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ର ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି ।

ଏହି ଯୋଜନାରେ ‘ବୟନିକା’ ଦ୍ୱାରା ଏକାମ୍ର ହାଟରେ ଏହି ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଉଛି । ଏହି ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ମେଳା ପ୍ରତ୍ୟହ ଦିବା ୧୧.୦୦ ଘଟିକାଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲିବ । ମେଳାରେ ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଛି । ତେଣୁ ଏହି ମେଳାରେ ବହୁ ସଂଖ୍ୟାରେ ଲୋକ ପଦାର୍ପଣ କରି ସରକାରୀ ରିହାତିର ସୁବିଧା ସହ ହସ୍ତତନ୍ତ ବସ୍ତ୍ର କ୍ରୟ କରି ବୁଣାକାରମାନଙ୍କୁ ଉତ୍ସାହିତ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details