ଓଡିଶା

odisha

ETV Bharat / state

2019 ସୁଦ୍ଧା ସବୁ ଘରେ ପାଣି: ମନ୍ତ୍ରୀ ପ୍ରତାପ ଜେନା - Bhubanswar

ପାନୀୟ ସମସ୍ୟା ଉପରେ କାର୍ଯ୍ୟ କରିବେ ମନ୍ତ୍ରୀ ପ୍ରତାପ ଜେନା । ନୂତନ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 5, 2019, 6:46 AM IST

Updated : Jun 5, 2019, 8:58 AM IST

ଭୁବନେଶ୍ବର: ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ୮ ଲକ୍ଷରୁ ଉର୍ଦ୍ଧ୍ବ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ଏହାଦ୍ୱାରା ୭୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ପଞ୍ଚାୟତିରାଜ, ଗୃହ ଓ ନଗରଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଭିଡି଼ଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ମନ୍ତ୍ରୀ ଶ୍ରୀ ଜେନା ନୂତନ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୭୯୩ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ୬୪୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ବାକି ପ୍ରକଳ୍ପ ଗୁଡିକ ଖୁବ ଶିଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ।

୨୦୧୩ ମସିହାରେ ପ୍ରସ୍ତୁତ ଓଡିଶା ରାଜ୍ୟ ସହରାଞ୍ଚଳ ପାନୀୟ ଜଳ ନୀତି ଅନୁଯାୟୀ ୨୦୨୬ ସୁଦ୍ଧା ଏହା କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟ ହେଉ କିମ୍ବା କୌଣସି କାରଣରୁ ପାନୀୟଜଳ ପ୍ରକଳ୍ପକୁ ବିଦ୍ୟୁତ ସରବରାହ ବ୍ୟାହତ ହେଲେ, ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରାୟ ୧୫୦ କୋଟ ଟଙ୍କା ବ୍ୟୟ ଅଟକଳରେ ଜେନେରେଟର ବ୍ୟବସ୍ଥା କରାଯିବ ।

ଯୋଗାଇ ଦିଆଯାଉଥିବା ପାଣିର ଗୁଣବତ୍ତା ପରୀକ୍ଷା କରିବା ପାଇଁ ପିପିପି ମୋଡରେ ୯ଟି ପରୀକ୍ଷାଗାର ସ୍ଥାପନ କରାଯାଇଛି । ବର୍ତ୍ତମାନ ବିଭିନ୍ନ ସହରାଞ୍ଚଳରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ

Last Updated : Jun 5, 2019, 8:58 AM IST

ABOUT THE AUTHOR

...view details