ଓଡିଶା

odisha

ETV Bharat / state

ଲୁଣି ଘେରି ବନ୍ଧ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜଳସମ୍ପଦ ମନ୍ତ୍ରୀ - ଖୋର୍ଦ୍ଧା ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜଳସମ୍ପଦ ମନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲାର ଲୁଣି ଘେରି ବନ୍ଧ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ନାବାର୍ଡ ସହାୟତାରେ ଏହି କାର୍ଯ୍ୟ କରାଯାଉଛି । ଅଧିକ ପଢନ୍ତୁ...

ଲୁଣି ଘେରି ବନ୍ଧ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜଳସମ୍ପଦ ମନ୍ତ୍ରୀ
ଲୁଣି ଘେରି ବନ୍ଧ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜଳସମ୍ପଦ ମନ୍ତ୍ରୀ

By

Published : Apr 13, 2021, 8:50 AM IST

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର ଖରିବନ୍ଧରୁ ଆଇଏନଏସ ଚିଲିକା ଓ ଚନ୍ଦରପୁଟରୁ କୁମଣ୍ଡଳ ପର୍ଯ୍ୟନ୍ତ ସମୁଦ୍ର ତଟ କ୍ଷୟ ନିରୋଧୀ ଲୁଣି ଘେରି ବନ୍ଧ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ନାବାର୍ଡ ସହାୟତାରେ କରାଯାଉଥିବା ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଅବଶିଷ୍ଟ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ମୁଖ୍ୟଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ତଥା ବିଏମ ଲୋୟର ମହାନଦୀ ବେସିନ, ଅଧୀକ୍ଷଣ ଯନ୍ତ୍ରୀ, ସେଣ୍ଟ୍ରାଲ ଜଳସେଚନ ସର୍କଲ ଏବଂ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀମାନେ ଏହି ପରିଦର୍ଶନ ସମୟରେ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details