ଓଡିଶା

odisha

ETV Bharat / state

ବାତ୍ୟା ପାଇଁ ପ୍ରସ୍ତୁତି ଚୂଡାନ୍ତ, ସୂଚନା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ - ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି । ଏନେଇ ଅଧିକ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

ବାତ୍ୟା ପାଇଁ ପ୍ରସ୍ତୁତି ଚୂଡାନ୍ତ, ସୂଚନା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକା
ବାତ୍ୟା ପାଇଁ ପ୍ରସ୍ତୁତି ଚୂଡାନ୍ତ, ସୂଚନା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକା

By

Published : Oct 20, 2022, 2:22 PM IST

Updated : Oct 20, 2022, 4:38 PM IST

ଭୁବନଶ୍ବର:ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ସପ୍ତାହ ଯାଏଁ ହେଡକ୍ବାର୍ଟର ନ ଛାଡିବାକୁ କୁହାଯାଇଛି । ଏହାସହିତ ଜିଲ୍ଲାଗୁଡିକରେ ମେଡିସିନ, ପିଇବା ପାଣି, ଡଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ପାଇଁ ପ୍ରସ୍ତୁତି ଚୂଡାନ୍ତ, ସୂଚନା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

Cyclone Alert: ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା

ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ବିଶେଷକରି ୭ଟି ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ନଜର ରଖାଯାଇଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ସଦ୍ୟତମ ଆକଳନ ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି । ସମ୍ଭାବ୍ୟ ବାତ୍ୟ ଓଡିଶା ସ୍ଥଳଭାଗ ଛୁଇଁବ ନାହିଁ ବୋଲି ଅନୁମାନ କରାଯାଉଛି । କେବଳ ଓଡିଶା ଉପକୂଳ ନିକଟରେ ପଶ୍ଚିମବଙ୍ଗ-ବାଲାଂଦେଶ ଆଡକୁ ମୁହାଁଇବ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି । ପ୍ରକାଶଥାଉ କି, ଆଜି ସୃଷ୍ଟି ହୋଇଥିବା ଲଘୁଚାପ ୨୨ ତାରିଖରେ ଅବପାତର ରୂପ ନେବ । ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହୋଇ ୨୪ ତାରିଖରେ ବାତ୍ୟାର ରୂପ ନେବ । ପରେ ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 20, 2022, 4:38 PM IST

ABOUT THE AUTHOR

...view details