ଖୋର୍ଦ୍ଧା: ରାଜ୍ୟ ସରକାର 9 ମାସର ବ୍ୟବଧାନ ପରେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ୍ କଟକଣାରେ ସ୍କୁଲ ଖୋଲିଛନ୍ତି । ସ୍କୁଲ ଖୋଲିବା ପରେ କିପରି ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି ଏବଂ ସ୍କୁଲ କର୍ତ୍ତୃପକ୍ଷ କିପରି କୋଭିଡ଼ କଟକଣାରେ ଶିକ୍ଷାଦାନ କରୁଛନ୍ତି ତାହାର ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ସ୍କୁଲ ଖୋଲିବା ପରେ ଖୋର୍ଦ୍ଧାରେ ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ - khurda news
ରାଜ୍ୟ ସରକାର 9 ମାସର ବ୍ୟବଧାନ ପରେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ୍ କଟକଣାରେ ସ୍କୁଲ ଖୋଲିଛନ୍ତି । ଏନେଇ ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...
ଖୋଲିଲା ସ୍କୁଲ: ସ୍ଥିତି ପରଖିବାକୁ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ
ରବିବାର କିପରି ଚାଲିଥିଲା ପାଠପଢା ସେନେଇ ପଚାରି ବୁଝିଥିଲେ । ଉଭୟ ଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଭୟଭୀତ ନହୋଇ ପାଠପଢା ଜରି ରଖିବାକୁ କହିଛନ୍ତି । ଆଜି(ସୋମବାର) ସେ ନିଜେ ଖୋର୍ଦ୍ଧାର ବିଜେବି ଓ ବାଳିକା ହାଇସ୍କୁଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସେହିପରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Jan 11, 2021, 1:54 PM IST