ଓଡିଶା

odisha

କିଷାନ ଯୋଜନାର ସମ୍ପୁର୍ଣ୍ଣ ତଥ୍ୟ ପ୍ରଦାନ କଲେ ମନ୍ତ୍ରୀ

By

Published : Jul 18, 2019, 6:45 AM IST

ପିଏମ କିଷାନ ଯୋଜନାରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟରେ 32 ଲକ୍ଷ 29 ହଜାର 203 ଜଣ ହିତାଧିକାରୀଙ୍କ ତାଲିକା ଦେଇଥିବା ଗୃହରେ ସ୍ପଷ୍ଟ କଲେ ମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପିଏମ କିଷାନ ଯୋଜନାରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟରେ 32 ଲକ୍ଷ 29 ହଜାର 203 ଜଣ ହିତାଧିକାରୀଙ୍କ ତାଲିକା ଦେଇଥିବା ଗୃହରେ ସ୍ପଷ୍ଟ କଲେ ମନ୍ତ୍ରୀ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ 9 ଲକ୍ଷ 62 ହଜାର ଚାଷୀଙ୍କ ତାଲିକା ଦେଇଥିଲେ ରାଜ୍ୟ ସରକାର ।

ବୁଧବାର ଶୂନ୍ୟ କାଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହି ପ୍ରସଙ୍ଗ ଉଠାଇବା ସହିତ ପ୍ରକୃତ ତଥ୍ୟ ଗୃହକୁ ଜଣାଇବା ପାଇଁ କହିଥିଲେ। ଶେଷରେ କୃଷି ବିଭାଗର ଖର୍ଚ୍ଚ ଦାବି ସଂକ୍ରାନ୍ତ ଆଲୋଚନା ବେଳେ ଏହି ତଥ୍ୟ ରଖିଛନ୍ତି ମନ୍ତ୍ରୀ । ବିଭାଗର ମୋଟ 8874କୋଟି 48ଲକ୍ଷ 54ହଜାର ଟଙ୍କାର ଖର୍ଚ୍ଚ ଦାବି ବିଧାନ ସଭାରେ ଗୃହୀତ ହୋଇଛି ।

ବର୍ଷକୁ 2.50 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚନ କରାଇବାକୁ ଲକ୍ଷ ରଖିଛନ୍ତି ସରକାର। ସେହିପରି 2002-03ରୁ 2015-16 ମଧ୍ୟରେ ଚାଷୀଙ୍କ ଆୟ ଚକ୍ରବୃଦ୍ଧି ହାରରେ 16.5 ପ୍ରତିଶତ ବଢ଼ିଛି ବୋଲି ମନ୍ତ୍ରୀ ଆଲୋଚନା ବେଳେ କହିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details