ଓଡିଶା

odisha

ETV Bharat / state

‘ଆମ ବୀରଙ୍କୁ ମନେ ପକାଇବାର ସୁଯୋଗ ମିଳିଛି’ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରବିବାର ବରୁଣେଇ ପାହାଡ଼ରେ ପାଇକ ସ୍ମାରକୀ ଶିଳାନ୍ୟାସ ସ୍ଥାପନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ପ୍ରସ୍ତାବିତ ସଭା ସ୍ଥଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଅଧିକ ପଢ଼ନ୍ତୁ...

minister dharmendra pradhan,  president program in khurdha, barunei hill, paika monument at barunei,  ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପାଇକ ସ୍ମାରକୀ ଶିଳାନ୍ୟାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, khurdha news
ଆମ ବୀରଙ୍କୁ ମନେପକାଇବାର ସୁଯୋଗ ଆସିଛି କହିଲେ ଧର୍ମେନ୍ଦ୍ର

By

Published : Dec 7, 2019, 9:49 PM IST

Updated : Dec 7, 2019, 10:11 PM IST

ଖୋର୍ଦ୍ଧା: ରବିବାର ବୀର ଖୋର୍ଦ୍ଧା ମାଟିରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ପ୍ରସ୍ତାବିତ ସଭା ସ୍ଥଳର ସୁରକ୍ଷା ବ୍ୟବସ୍ଥା ବିଷୟରେ ଅବଗତ ହୋଇଛନ୍ତି ।

ଆମ ବୀରଙ୍କୁ ମନେପକାଇବାର ସୁଯୋଗ ଆସିଛି କହିଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କ ଗସ୍ତର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ସଭାସ୍ଥଳକୁ ବୁଲି ଦେଖିଛନ୍ତି । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ପାଇକ ସ୍ମାରକୀ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଖୋର୍ଦ୍ଧା ମାଟିର ବୀର ଗାଥା ବହନ କରିବ।

ରବିବାର ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ ଓଡିଶା ସରକାରଙ୍କ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 7, 2019, 10:11 PM IST

ABOUT THE AUTHOR

...view details