ଖୋର୍ଦ୍ଧା:ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ନେଇ ବିଭିନ୍ନ ସଂଗଠନ ଓ ସଂସ୍ଥା ସଂଗ୍ରାମ ଜାରି ରଖିଛନ୍ତି । ଏହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ମତଭେଦ ରହିଛି । ଏଭଳି ସ୍ଥିିତିରେ ଏହି ପ୍ରସଙ୍ଗକୁ ନେଇ ଆଜି (ସୋମବାର) ବେଗୁନିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।
ଖୋର୍ଦ୍ଧାଗଡ଼ର ବୀର ପାଇକ ଜୟୀ ରାଜଗୁରୁଙ୍କ ଠାରୁ ଆରମ୍ଭ କରି ଦଳବେହେରାଙ୍କ ପର୍ଯ୍ୟନ୍ତ ସ୍ବାଧୀନତା ପାଇଁ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଏହି ସ୍ବାଧୀନତା ସଂଗ୍ରାମୀଙ୍କ ସ୍ୱାଧୀନତା ପାଇଁ ଦେଇଥିବା ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମାଗିଥିବା ଜାଗା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।