ଓଡିଶା

odisha

ETV Bharat / state

ମିଛ ଅଭିଯୋଗ ଆଣି ଲୋକମତ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ: ବିଜେଡି - Jay Narayan Mishra

Mining Politics: ନିର୍ବାଚନ ପୂର୍ବରୁ ତେଜିଛି ଖଣି ରାଜନୀତି । ଗତ 14 ବର୍ଷରେ 8 ଲକ୍ଷ 97 ହଜାର 443 କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଭିଯୋଗ ପରେ କାଉଣ୍ଟର କରିଛି ବିଜେଡି । ଅଧିକ ପଢ଼ନ୍ତୁ

ଖଣି ରାଜନୀତି
Mining Politics

By ETV Bharat Odisha Team

Published : Jan 10, 2024, 8:23 PM IST

Mining Politics

ଭୁବନେଶ୍ବର: ଆଗକୁ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ବଡ଼ ଅଭିଯୋଗ ଆଣିଛି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି । ରାଜ୍ୟରେ ଖଣି ଦୁର୍ନୀତି ଅଭିଯୋଗ ଆଣି ଶାସକ ଦଳ ବିଜେଡି ଓ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟଙ୍କ ଅଭିଯୋଗ ପରେ କାଉଣ୍ଟର କରିଛି ବିଜେଡି । ବିରୋଧୀ ମିଛ ଅଭିଯୋଗ ଆଣି ଲୋକମତ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର ।

ବଦ୍ରି କହିଛନ୍ତି, "ବିରୋଧୀଙ୍କ କାମ କହିବା, ସେ କହିବେ । ନିର୍ବାଚନ ଆସୁଛି । ତେଣୁ ସେ କହିକି ତିଷ୍ଠିବା ଲାଗି ଚେଷ୍ଟା କରୁଛନ୍ତି । ମିଛ ଅଭିଯୋଗ ଆଣି ଲୋକମତ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏହାଦ୍ବାରା ଆସନ୍ତା ନିର୍ବାଚନରେ ଫାଇଦା ପାଇବେ ବୋଲି ଆଶା ରଖିଛନ୍ତି । ଲୋକେ ସବୁ ଜାଣିଛନ୍ତି । ରାଜ୍ୟରେ ଖଣି ଦୁର୍ନୀତି ହୋଇଛି ନା ନାହିଁ ସେ ଜାଣି ନାହାନ୍ତି । ରାଜ୍ୟରେ ଖଣି ଦୁର୍ନୀତି କରିଥିବା ଲୋକ ଜାଣିଥିବେ । ଦୁର୍ନୀତି ବାବଦରେ ରାଜ୍ୟ ସରକାର ଜାଣିଥିବେ । ଖଣି ସମ୍ବନ୍ଧୀୟ ବିଭାଗ ଜାଣିଥିବେ । ସରକାର ସେ ବାବଦରେ ପଦକ୍ଷେପ ନେବେ । ପୂର୍ବରୁ ଏମିତି ଅଭିଯୋଗ ହୋଇଛି । କମିଶନ ବସିଛି । ଦୁର୍ନୀତି ବାହାରିଛି । କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ବେଆଇନ ବାଲି ଉଠାଣରେ ରୋକ୍, ଖଣି ବିଭାଗ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

ତେବେ ନିର୍ବାଚନ ପୂର୍ବରୁ ପୁଣି ଉଠିଛି ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ । ଶାସକ ଦଳ ବିଜେଡିକୁ ଘେରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଗତ 14 ବର୍ଷରେ 8 ଲକ୍ଷ 97 ହଜାର 443 କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ରାଜ୍ୟରେ 192 ଖଣି ବେଆଇନ ଭାବେ ଚାଲିଥିବାବେଳେ ସେଥିରୁ 176 ଜଙ୍ଗଲ ଜମି ଓ 96 ଖଣିର ପରିବେଶ ମଞ୍ଜୁରୀ ନାହିଁ । 75 ଲୁହା ପଥର ମାଙ୍ଗାନିଜ ଖଣିରୁ ଅଧିକ ଉତ୍ତୋଳନ ଓ 95 ଖଣି ନଦୀ, ନାଳ ଆଦିକୁ ପ୍ରଭାବିତ କରୁଛନ୍ତି । ଏହାଦ୍ବାରା ଜନଜାତି, ଜୀବଜନ୍ତୁ ଓ ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି ।" ଖଣି ମାଲିକଙ୍କୁ ଦିଆଯାଇଥିବା ଡିମାଣ୍ଡ ନୋଟିସ ଏଷ୍ଟିମେଣ୍ଟରୁ କମ ଥିବାରୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଜୟ । ଏନେଇ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିବା ଜୟ କହିଛନ୍ତି । ଏହି ପ୍ରସଙ୍ଗ ନେଇ ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ବିରୋଧୀ ଦଳର ନେତା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details