ଖୋର୍ଦ୍ଧା:ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ମାଇନିଂ ଅଫିସରଙ୍କୁ ଆକ୍ରମଣ । ବେଆଇନ ଖଣି ଖନନ ଉପରେ ଚଢାଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ତେବେ ଗତ 14 ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ଏହି ଘଟଣା ଘଟିଛି । ମାଫିଆଙ୍କ ମାଡ଼ରେ ମାଇନିଂ ଅଫିସର ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
ଗୁରୁତର ମାଇନିଂ ଅଫିସରଙ୍କ କହିବା ମୁତାବକ, 14 ତାରିଖ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ହଠାତ୍ ତାଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା । ଆଦର୍ଶ ଥାନା ଜକରାରୁ ଗୁଡୁମ ଯିବା ରାସ୍ତାରେ ଦୁଇଟା ଜେସିବିରେ ବେଆଇନ ଭାବେ ଖଣି ଖନନ ଚାଲିଛି, ଚାରିଟା ହାଇୱା ଗାଡ଼ିରେ ଖଣିଜ ଦ୍ରବ୍ୟ ଚାଲାଣ ଚାଲିଛି ବୋଲି ଖବର ମିଳିଥିଲା । ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଏନେଇ ମାଇନିଂ ଅଫିସର ଆଦର୍ଶ ଥାନାକୁ ଖବର ଦେବା ସହିତ ନିଜେ ଜଣେ ବ୍ୟକ୍ତିଙ୍କ ସହିତ କାରରେ ଖଣି ଇଲାକାକୁ ଯାଇଥିଲେ । ଘଟଣାସ୍ଥଳରେ କିନ୍ତୁ ପ୍ରାୟ ୩୦/୪୦ ଜଣ ଯୁବକ ତାଙ୍କୁ ଘେରି ଯାଇଥିଲେ ।
ଏହା ମଧ୍ୟ ପଢନ୍ତୁ- ଖଣି ମାଫିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ