ଖୋର୍ଦ୍ଧା :ଭାରତରତ୍ନ ପଦ୍ମଶ୍ରୀ ଲତା ମଙ୍ଗେସକରଙ୍କୁ ସାରା ଦେଶ ଝୁରୁଛି । ତାଙ୍କ ସୁମଧୁର କଣ୍ଠରେ ଗାଇଥିବା ଗୀତକୁ ସବୁ ବର୍ଗର ଲୋକ ଗୁଣୁଗୁଣାଉଛନ୍ତି । ସେହିଭଳି ଲତା ମଙ୍ଗେସକରଙ୍କୁ ସୂକ୍ଷ୍ମ କଳା ମାଧ୍ୟମରେ ତାଙ୍କୁ ମନେ ପକାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀର ସୂକ୍ଷ୍ମ ଶିଳ୍ପୀ ଏଲ୍ ଈଶ୍ୱର ରାଓ ।
ସୂକ୍ଷ୍ମକଳା ମାଧ୍ୟମରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିଳ୍ପୀ L Eswar Rao ଏହାବି ପଢନ୍ତୁ :କେରାଣ୍ଡି ପଞ୍ଚାୟତରେ ଜୋରଦାର ପ୍ରଚାର, ଭୋଟରଙ୍କ ମନ ଜିଣୁଛନ୍ତି ପ୍ରାର୍ଥୀ
ଏକ କାଚ ବୋତଲରେ ମାଟି,କାଗଜ,କାଚକୁ ବ୍ୟବହାର କରି ଲତାଙ୍କର ସୁନ୍ଦର ପ୍ରତିଛବି କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି କାମ କରିବାକୁ ଶିଳ୍ପୀଙ୍କୁ 4 ଦିନ ସମୟ ଲାଗିଥିବାବେଳେ ଏହାର ଉଚ୍ଚତା 5ଇଞ୍ଚ ଓ ଚଉଡା 3ଇଞ୍ଚ ରହିଛି । ଏହି କଳାପାଇଁ ତାଙ୍କୁ ଅନେକ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ