ଓଡିଶା

odisha

ETV Bharat / state

ବାଇକକୁ ପିଟିଲା ମିନିଟ୍ରକ୍: ବାପା ସମେତ 2 ପୁଅ ମୃତ - ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଡଖୋର୍ଦ୍ଧାଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ବାପା ସହ 2 ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Aug 28, 2019, 9:12 AM IST

Updated : Aug 28, 2019, 9:17 AM IST

ଖୋର୍ଦ୍ଧା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଵାପା ସହ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଗଡଖୋର୍ଦ୍ଧାଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ଦୁଇ ଜଣଙ୍କର ଖୋର୍ଦ୍ଧା ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ମୃତକମାନେ ହେଲେ ମଳିପଡା ଗ୍ରାମର କୃଷ୍ଣଚନ୍ଦ୍ର ପାତାଳସିଂ ( ବାପା) ଓ ପୁଅ ଦୁଇଜଣ ହେଲେ ସଞ୍ଜୟ ଏବଂ ବିକ୍ରମ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିବାବେଳେ, ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 28, 2019, 9:17 AM IST

ABOUT THE AUTHOR

...view details