ଓଡିଶା

odisha

By

Published : Sep 1, 2020, 12:55 PM IST

ETV Bharat / state

ଘରେ ପଶି ଲକ୍ଷାଧିକ ଟଙ୍କାର ଗହଣା ସହ ନଗଦ ୩୪ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

ଘର ପଛପଟ କବାଟ ଭାଙ୍ଗି ବୋଲଗଡ ଥାନା ଭୀମପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଘରେ ପସି ଲକ୍ଷାଧିକ ଟଙ୍କାର ଗହଣା ସହ ନଗଦ ୩୪ ହଜାର ଟଙ୍କା ଲୁଟିନେଲେ ଦୁବୁର୍ତ୍ତ
ଘରେ ପସି ଲକ୍ଷାଧିକ ଟଙ୍କାର ଗହଣା ସହ ନଗଦ ୩୪ ହଜାର ଟଙ୍କା ଲୁଟିନେଲେ ଦୁବୁର୍ତ୍ତ

ଖୋର୍ଦ୍ଧା: ଜିଲ୍ଲାର ବୋଲଗଡ ଥାନା ଭୀମପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଓ ରୂପ ଗହଣା ସହିତ ନଗଦ ୩୪ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏନେଇ ଘର ମାଲିକ କୁଦୁସ ଖାଁ ବୋଲଗଡ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇ ପୋଲିସ କୁଦୁସଙ୍କ ଘରକୁ ଯାଇ ଚୋରି ଘଟଣାର ତଦନ୍ତ କରିବା ସହିତ ଅନୁସନ୍ଧାନ କରିଛି । କୁଦୁସଙ୍କ କହିବା ଅନୁସାରେ ଦୁର୍ବୃତ୍ତମାନେ ଘର ପଛପଟ କବାଟ ଭାଙ୍ଗି ପଶିଥିଲେ । ଘରେ ଥିବା ପ୍ରାୟ ୬ ଭରି ଓଜନର ସୁନା ଗହଣା ଏବଂ ପ୍ରାୟ ୭୦ ଭରି ଓଜନର ରୂପ ଗହଣା ସହିତ ନଗଦ ୩୪ ହଜାର ଟଙ୍କା ଗଡ଼ରେଜ ଭାଙ୍ଗି ନେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details