ଓଡିଶା

odisha

By

Published : Jun 13, 2021, 10:28 AM IST

ETV Bharat / state

ଲୁଗା ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ବାଘମାରୀ ଥାନା ଅନ୍ତର୍ଗତ ଦିନିଆରୀ ଟାଙ୍ଗୀ ସାହିର ଫକୀର ରାଉତରାୟଙ୍କ ଲୁଗା ଓ ଟେସନାରୀ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃ୍ତ୍ତମାନେ ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ହୋଇଥିବାର ବାଘମାରି ଥାନାରେ ଅଭିଯୋଗ ହୋଇଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

ଲୁଗା ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ
ଲୁଗା ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ଖୁର୍ଦ୍ଧା: ଲୁଗା ଓ ଟେସନାରୀ ଦୋକାନୀରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ କଲେ ଦୁର୍ବୃ୍ତ୍ତ । ବାଘମାରୀ ଥାନା ଅନ୍ତର୍ଗତ ଦିନିଆରୀ ଟାଙ୍ଗୀ ସାହିର ଫକୀର ରାଉତରାୟଙ୍କ ଲୁଗା ଓ ଟେସନାରୀ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃ୍ତ୍ତମାନେ ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଗା ,ଶାଢ଼ୀ ,ସାର୍ଟ ପ୍ୟାଣ୍ଟ ସହ ଟେସନାରୀ ସାମଗ୍ରୀ ଲୁଟ ହୋଇଥିବାର ବାଘମାରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଲୁଗା ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ଗୋଟିଏ ପଟେ ଲକଡାଉନ ଓ ସଟଡାଉନ ଚାଲିଥିବା ବେଳେ ଲୁଟେରା ମାନଙ୍କର ସକ୍ରିୟତା ବାଘମାରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପଟେ ବାଘମାରି ପୋଲିସ ରାତିରେ ପାଟ୍ରୋଲିଂ କରୁନଥିବା ଯୋଗୁଁ ଏହି ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ଆଲୋଚନା ହେଉଛି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details