ଓଡିଶା

odisha

ETV Bharat / state

ତିନି ଇଞ୍ଚ ଖଡ଼ିରେ ତିନି ଠାକୁର

ବିଶ୍ବନିୟତାଙ୍କ ଘୋଷଯାତ୍ରାକୁ ବାକି ଆଉ ଦିନ କେଇଟା । ଆଉ ଏହାରି ଭିତରେ ଜଣେ କୁନି ଶିଳ୍ପୀ ଚକ ଖଡ଼ିରେ ନିର୍ମାଣ କରିଛନ୍ତି 3 ଇଞ୍ଚର ମୂର୍ତ୍ତି ।

By

Published : Jul 2, 2019, 3:57 PM IST

ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଦିନ କେଇଟା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା । ଏଥିପାଇଁ ଯେତିକି ଚଳଚଞ୍ଚଳ ପୁରୀ ବଡ଼ଦାଣ୍ଡ ତା ଠାରୁ ଅଧିକ ଉତ୍ସାହିତ ପ୍ରଭୁ ଜଗନ୍ନାଥଙ୍କ ଅଗଣି ଭକ୍ତ । ଆଉ ସମସ୍ତେ ନିଜ ନିଜ ଭାବରେ ଜଗାକୁ ଭକ୍ତି ସୁମନ ବାଢିବା ପାଇଁ ଖୋଲି ଦେଲଣି ଭାବପସରା ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପୁରୀ ବଡ଼ଦାଣ୍ଡରେ ବଡ଼ ରଥ ଗଡ଼ୁଥିବାବେଳେ ଜଣେ କୁନି ଭକ୍ତ ମାଇକ୍ରେ ଆର୍ଟ ଜରିଆରେ ଚକ ଖଡ଼ିରେ ତିଆରି କରିଛନ୍ତି ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର ।

ଯାହାର ଉଚ୍ଚତା ରହିଛି ମାତ୍ର 3 ଇଞ୍ଚ। ଏହି କାରିଗରୀ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ଇଂଜିନିୟରିଂ କଲେଜର ଛାତ୍ର ଶିବାଶିଷ୍ । ବିରଲ ମୂର୍ତ୍ତି ନିର୍ମାଣ କରବା ପାଇଁ ସେ ଦୁଇ ଦିନ ସମୟ ନେଇଥିଲେ । ସବୁଠାରୁ ବଡ଼ କଥା ହେଲା ଚକ ଖଡ଼ିରେ ପ୍ରସ୍ତୁତ ହୋଇଥିବା ମୂର୍ତ୍ତିକୁ ତିଆରି କରି ,ବିଭିନ୍ନ ରଙ୍ଗରେ ପ୍ରଲେପ ଦେଇ ଅତି ଆକର୍ଷଣୀୟ କରିଛନ୍ତି ଶିବାଶିଷ୍ ।

ଭୁବନେଶ୍ବର ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details