ଓଡିଶା

odisha

ETV Bharat / state

Metro Project: ବାବୁ ବୁଲି ଫଟୋ ଉଠେଇଦେଲେ ମେଟ୍ରୋ ହୁଏନି, କଟାକ୍ଷ କଲେ ଧର୍ମେନ୍ଦ୍ର - ବାବୁ ବୁଲି ଫଟୋ ଉଠେଇଦେଲେ ମେଟ୍ରୋ ହୁଏନି

ଧର୍ମେନ୍ଦ୍ର କହିଛନ୍ତି, ‘‘4 ରୁ 5 ଜଣ ବାବୁ ଆସି ଦେଖି ଦେଇ ଗଲେ ମେଟ୍ରୋ ହୋଇଯାଏନାହିଁ । ମାଟିରେ ଅନୁଧ୍ୟାନ କରିଦେଲେ ମେଟ୍ରୋ ଚାଲେ ନାହିଁ ।’’ ଅଧିକ ପଢନ୍ତୁ

Metro project should be implemented in collaboration of state and Centre But the Odisha govt has not held any discussion  Centre say Union Minister Dharmendra Pradhan
Metro project should be implemented in collaboration of state and Centre But the Odisha govt has not held any discussion Centre say Union Minister Dharmendra Pradhan

By

Published : Aug 14, 2023, 8:13 PM IST

ମେଟ୍ରୋ ପ୍ରକଳ୍ପ: ଧର୍ମେନ୍ଦ୍ରଙ୍କ କଟାକ୍ଷ, ବାବୁ ବୁଲି ଫଟୋ ଉଠେଇଦେଲେ ମେଟ୍ରୋ ହୁଏନି

ଭୁବନେଶ୍ବର: କିଛି ବାବୁ ଆସି ଦେଖି ଦେଇ ଗଲେ ମେଟ୍ରୋ ହୋଇଯାଏନାହିଁ । ମାଟିରେ ଅନୁଧ୍ୟାନ କରିଦେଲେ ମେଟ୍ରୋ ଚାଲେ ନାହିଁ । ଭୁବନେଶ୍ବର-କଟକ ମେଟ୍ରୋ ପ୍ରକଳ୍ପକୁ ନେଇ ଆଜି ଏଭଳି ତେର୍ଛାବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଟ୍ୱିନସିଟି ମେଟ୍ରୋ ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ‘‘4 ରୁ 5 ଜଣ ବାବୁ ଆସି ଦେଖି ଦେଇ ଗଲେ ମେଟ୍ରୋ ହୋଇଯାଏନାହିଁ । ମାଟିରେ ଅନୁଧ୍ୟାନ କରିଦେଲେ ମେଟ୍ରୋ ଚାଲେ ନାହିଁ ।’’

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶରେ ବିଭିନ୍ନ ସ୍ଥାନରେ ମେଟ୍ରୋ ହେଉଛି। ଯାହା ଭାରତ ସରକାରଙ୍କ ଅର୍ବାନ ବିଭାଗରେ ଆସୁଛି । ଭାରତ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟ ରାଜ୍ୟ ସରକାର ମିଶିକି ଏହା କରୁଛନ୍ତି। କିନ୍ତୁ ଓଡ଼ିଶାରେ ଯେଉଁ ମେଟ୍ରୋ କାମ ଚାଲିଛି ତାହାର କେନ୍ଦ୍ର ସରକାରଙ୍କ ସହିତ କୌଣସି କଥାବାର୍ତ୍ତା ହେବା ଜଣାପଡିନାହିଁ। ରାଜ୍ୟ ସରକାରଙ୍କୁ ସମାଲୋଚନା ଛଳରେ ଧର୍ମେନ୍ଦ୍ର କହିଛନ୍ତି ଭୁବନେଶ୍ଵର ରେଳ ଷ୍ଟେସନର ନବୀକରଣରେ ରାଜ୍ୟ ସରକାର ଷ୍ଟେସନର ସାମ୍ନା ପାଖ କାର୍ଯ୍ୟ ଆରମ୍ଭ କରନ୍ତୁ। ଏବେ ସୁଦ୍ଧା କୌଣସି କାର୍ଯ୍ୟ ଆରମ୍ଭ କରାଯାଇନାହିଁ ।

ଏହାବି ପଢନ୍ତୁ- ଭୁବନେଶ୍ବରରେ ବିଜେପିର ବିଶାଳ ତ୍ରିରଙ୍ଗା ଯାତ୍ରା, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ରଙ୍କ ସମାଲୋଚନାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅନନ୍ତ ଜେନା । କହିଛନ୍ତି ମେଟ୍ରୋ କାମ କିଭଳି ଭାବରେ ଚାଲିଛି ଅଧିକାରୀଙ୍କ ସ୍ତରରେ ସମୀକ୍ଷା ହେଉଛି । ରାଜଧାନୀରେ ମେଟ୍ରୋ ହେବାର ଅଛି ସେ ରାଜ୍ୟ କରନ୍ତୁ କି କେନ୍ଦ୍ର କରନ୍ତୁ । ମେଟ୍ରୋ ପାଇଁ ମାଟି ପରୀକ୍ଷା ହେଲାଣି । ଯାହା ବି ହେଉ ଲୋକମାନେ ସହଜ ସୁବିଧା ପାଇପାରିବେ ।

ଏହାବି ପଢନ୍ତୁ- Metro Train Project: ଖୁସି ଖବର, ଟ୍ବିନ ସିଟିରେ ଗଡିବ ମେଟ୍ରୋ ଟ୍ରେନ

ସୂଚନାଯୋଗ୍ୟଯେ କଟକ ରୁ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ ବାରଙ୍ଗ ରାସ୍ତାରେ ବ୍ୟାରିକେଡ କରାଯାଇ ମାଟିର ଯାଞ୍ଚ କରାଯାଉଛି। ଡିପିଆର ପ୍ରସ୍ତୁତ ପାଇଁ ଏହି ପ୍ରକ୍ରିୟା ଜାରି ରହିଛି। ୩୦ଫୁଟ ତଳୁ ମାଟିର ନମୁନା ସଂଗ୍ରହ କରାଯାଉଛି। ଏହା ଛଡ଼ା ମାଟି ତଳେ ଥିବା ପାଣିର ଅବସ୍ଥା ମଧ୍ୟ ଯାଞ୍ଚ ହେବ । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ପ୍ରସ୍ତୁତ ହେବାକୁ ଥିବା ଭିତ୍ତିଭୂମି ପାଇଁ ସମ୍ପୃକ୍ତ ଅଞ୍ଚଳର ମାଟି କେତେ ସକ୍ଷମ ତାହା ଅନୁଧ୍ୟାନ ହେବ ।

ତ୍ରିଶୂଳିଆରୁ - ରାଜଭବନ ଛକ ମଧ୍ୟରେ ୨୪ଟି ସ୍ଥାନରୁ ଏମିତି ମାଟି ନମୁନା ସଂଗ୍ରହ କରାଯାଇ ଅନୁଧ୍ୟାନ କରାଯିବ। ଏଥିପାଇଁ ରାଜସ୍ଥାନରୁ ଆସିଛନ୍ତି ବୈଷୟିକ ଟିମ । ପ୍ରତି ଦେଢ଼ ମିଟର ଗଭୀରତା ବ୍ୟବଧାନରେ ୮୦ ମିଟର ଗଭୀର ଯାଏଁ ମାଟି ନମୁନା ସଂଗ୍ରହ କରୁଛନ୍ତି । ମେଟ୍ରୋ ପ୍ରକଳ୍ପର ଖୁଣ୍ଟି ଧରି ରଖିବାରେ ଏହି ମାଟି କେତେ ସମର୍ଥ ହେବ, ତାହା ପରୀକ୍ଷା ହେବ। ସେଥିପାଇଁ ମାଟି ନମୁନା ସଂଗ୍ରହ ପରେ ସେଗୁଡ଼ିକୁ ଟେକ୍ନିକାଲ ଟିମ ଯାଞ୍ଚ କରିବା ସହ ରାଜସ୍ଥାନ ଜୟପୁରରେ ଥିବା ଏକ ଲ୍ୟାବକୁ ପଠାଯାଉଛି । କଟକରୁ ଭୁବନେଶ୍ବର ଭାୟା ଖୋର୍ଦ୍ଧା ରୁ ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କଟକ ତ୍ରିଶୁଳିଆରୁ ଭୁବନେଶ୍ବର ବିମାନବନ୍ଦର ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏହି ପ୍ରକଳ୍ପ କରିବେ। ଏନେଇ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details