ଓଡିଶା

odisha

ETV Bharat / state

Odisha Weather: ଅଗଷ୍ଟ 25ରୁ ବଢ଼ିବ ବର୍ଷାର ପ୍ରଭାବ

ଉତ୍ତର-ପୁର୍ବ ବଙ୍ଗୋପସାଗର ଅଞ୍ଚଳରେ ୩ଦିନ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା 25 ତାରିଖରୁ ବଢ଼ିବ ବର୍ଷାର ପ୍ରଭାବ । ଅଧିକ ପଢ଼ନ୍ତୁ

By

Published : Aug 20, 2023, 6:50 PM IST

ଅଗଷ୍ଟ 25ରୁ ବଢ଼ିୂବ ବର୍ଷାର ପ୍ରଭାବ
ଅଗଷ୍ଟ 25ରୁ ବଢ଼ିୂବ ବର୍ଷାର ପ୍ରଭାବ

ଅଗଷ୍ଟ 25ରୁ ବଢ଼ିୂବ ବର୍ଷାର ପ୍ରଭାବ

ଭୁବନେଶ୍ବର: ରାଜ୍ୟରେ କମିଛି ବର୍ଷାର ପ୍ରଭାବ। ଏହାସହ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନାହିଁ । ପରେ ୨୨ ତାରିଖରୁ ୨୪ ତାରିଖ ଅର୍ଥାତ ୩ଦିନ ପରେ ବର୍ଷାର ପରିମାଣରେ ସାମାନ୍ୟ ବୃଦ୍ଧି ହେବ । ତେବେ ରାଜ୍ୟରେ ତାପମାତ୍ରାର ବୃଦ୍ଧି ସହ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ଉତ୍ତର-ପୁର୍ବ ବଙ୍ଗୋପସାଗର ଅଞ୍ଚଳରେ ୩ଦିନ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ଥିବାରୁ ଆସନ୍ତା 25ତାରିଖରୁ ବର୍ଷାର ପ୍ରଭାବ ବଢ଼ିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ । ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସମୁଦାୟ ବର୍ଷାର ପରିମାଣରୁ ୭୭ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ ହୋଇଛି । ରାଜ୍ୟର କିଛି ଜିଲ୍ଲାରେ କାଁଭାଁ ବିଜୁଳି ଘଡଘଡି ଜନିତ ବର୍ଷା ହୋଇଥିବା ବେଳେ ମୋହନାରେ ୫୩.୬ ମିମି ଵର୍ଷା ଏବଂ ଦାରିଙ୍ଗବାଡ଼ିରେ 46 ମିମି ରେକର୍ଡ ହୋଇଥିବା ବେଳେ।

ଏହା ମଧ୍ୟ ପଢ଼ନ୍ତୁ...Weather Update: ରାଜ୍ୟରେ ଆଜିଠୁ କମିବ ବର୍ଷା !

ତେବେ 23 ତାରିଖରେ ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାାନରେ ବର୍ଷାର ପରିମାଣ 7ରୁ 11 ସେଣ୍ଟିମିଟର ରହିବ । ସେହିପରି 24ରେ ଭଦ୍ରକ, ବାଲେଶ୍ବର, ଢ଼େଙ୍କାନାଳରେ ବର୍ଷାର ପରିମାଣ ସାମାନ୍ୟ ଅଧିକ ରହିବ ।

ଅନ୍ୟପଟେ ରାଜ୍ୟରେ ଜୁନ୍‌ ୧ ରୁ ଅଗଷ୍ଟ ୨୦ ଯାଏଁ ୭୩୬. ୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୮ ପ୍ରତିଶତ ନିଅଁଟିଆ ରହିଛି । ତେବେ ଏହି ସମୟରେ ୮୦୧.୫ ସ୍ୱାଭାବିକ ଵର୍ଷା ରେକର୍ଡ କରାଯାଏ । ତେବେ ଚଳିତ ସିଜିନରେ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୨ଟି ଜିଲ୍ଲା ବୌଦ୍ଧ ଓ ଝାରସୁଗୁଡା଼ରେ ସ୍ୱାଭାବିକଠାରୁ ଅଧିକ ଏହାସହ ୧୧ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ କରାଯାଇଛି ।

ଏହି ନିଅଁଟିଆ ବର୍ଷା ବିଶେଷ ଭାବେ ଉପକୂଳ ଅଞ୍ଚଳରେ ଦେଖାଯାଉଥିବା ବେଳେ ଉପକୂଳରେ ବର୍ଷାର ଉତ୍କଟ ସ୍ଥିତି ଦେଖା ଯାଉଛି । ଉପକୂଳ ଅଞ୍ଚଳର ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର । ସେହିପରି କେବଳ ଅଗଷ୍ଟରେ 253.2 ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାର ୨୫୦.୮ ମିମି ବର୍ଷା ତୁଳନାରେ ୧ ପ୍ରତିଶତ ଅଧିକ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details