ଓଡିଶା

odisha

ETV Bharat / state

ସୂକ୍ଷ୍ମ କାରିଗରୀ ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ - ସୂକ୍ଷ୍ମ କାରିଗରୀ ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା

ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବଡ ପର୍ବ ବା ଖ୍ରୀଷ୍ଟମାସ । ସୂକ୍ଷ୍ମ କାରିଗରୀ ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ଏଲ ଈଶ୍ୱର ରାଓ । ଅଧିକ ପଢନ୍ତୁ

ସୂକ୍ଷ୍ମ କାରିଗରୀ ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ
ସୂକ୍ଷ୍ମ କାରିଗରୀ ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ

By

Published : Dec 23, 2022, 8:35 PM IST

ସୂକ୍ଷ୍ମ କାରିଗରୀ ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ

ଖୋର୍ଦ୍ଧା: ସୂକ୍ଷ୍ମ କାରିଗରୀ ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ଏଲ ଈଶ୍ୱର ରାଓ । ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବଡ ପର୍ବ ବା ଖ୍ରୀଷ୍ଟମାସ । ଏହି ଆନନ୍ଦର ପର୍ବକୁ ସାରା ବିଶ୍ୱର କୋଣ ଅନୁକୋଣରେ ବେସ ଉତ୍ସାହର ସହ ପାଳନ କରାଯିବ । ଦୁଇବର୍ଷ ଧରି କରୋନା କଟକଣା ପାଇଁ ଏହି ପର୍ବ ଫିକା ପଡିଥିବା ବେଳେ ଚଳିତବର୍ଷ ଏହାକୁ ଧୂମଧାମରେ ପାଳନ କରିବାକୁ ରାଜ୍ୟର ବିଭିନ୍ନ ଚର୍ଚ୍ଚ ପୁରା ପ୍ରସ୍ତୁତ ହୋଇଛି ।

ଏହି ପର୍ବ ପୂର୍ବରୁ ସୂକ୍ଷ୍ମ କଳାକୃତି ମାଧ୍ୟମରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ୱର ରାଓ । ସବୁବେଳେ ଈଶ୍ୱରଙ୍କ ସୂକ୍ଷ୍ମ କଳାକୃତି ପାଇଁ ସେ ଚର୍ଚ୍ଚାରେ ଥାନ୍ତି । 750ମିଲି ବୋତଲ ଭିତରେ 4ଇଞ୍ଚ ଉଚ୍ଚ 2ଇଞ୍ଚ ଚଉଡ଼ାରେ ପ୍ରଭୁ ଯୀଶୁଙ୍କ ମୂର୍ତି ପ୍ରସ୍ତୁତ କରିଛନ୍ତି । ଏହି ସୂକ୍ଷ୍ମ କାର୍ଯ୍ୟରେ ଈଶ୍ୱର ଖଡି ପଥର,କାଚ ଖଣ୍ଡ ଓ କାଗଜ ଖଣ୍ଡ ବ୍ୟବହାର କରିଥିବା କହିଛନ୍ତି । ସେହିପରି ଏହି କାର୍ଯ୍ୟ ପାଇଁ ତାଙ୍କୁ ସାତ ଦିନ ସମୟ ଲାଗିଥିବା କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details