ଭୁବନେଶ୍ବର:ମହିଳାମାନଙ୍କ ପାଇଁ ରେଳ ଯାତ୍ରାକୁ ଅଧିକ ନିରାପଦ କରିବ ‘ମେରୀ ସହେଲି’ । ଟ୍ରେନରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କ ସୁରକ୍ଷା ନେଇ ଜନସାଧାରଣଙ୍କୁ ଅବଗତ କରାଯିବ । ଏଥିପାଇଁ ରେଳ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ 15 ଅକ୍ଟୋବରରେ ମାରାଥନ୍ ଆୟୋଜିତ କରାଯିବ । 230ରୁ ଅଧିକ ମହିଳା ଆରପିଏଫ୍ କର୍ମଚାରୀଙ୍କୁ ନେଇ “ମେରୀ ସହେଲି” ଏକ ଟିମ ଗଠନ କରାଯାଇଥିବା ବେଳେ ଦେଶର ବିଭିନ୍ନ ରେଳ ଷ୍ଟେସନରେ 400ରୁ ଅଧିକ ଟ୍ରେନମାନଙ୍କରେ ଅଭିଯାନ ଆରମ୍ଭ କରାଯାଇଛି ।
ମହିଳାମାନଙ୍କ ରେଳ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ‘ମେରୀ ସହେଲି’ ଅଭିଯାନ । ଏହି ଅଭିଯାନ ଜରିଆରେ ମହିଳାମାନେ ସୁବିଧାରେ ତଥା ନିରାପଦରେ ଟ୍ରେନରେ ଚଳାଚଳ କରିପାରିବେ । ତେବେ ଏହି 'ମେରୀ ସହେଲି' ଜରିଆରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କ ସୁରକ୍ଷା ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଯିବ । ଅନ୍ୟପଟେ ରେଳ ସୁରକ୍ଷାବଳ ମହାନିର୍ଦ୍ଦେଶକ ମନୋଜ ଯାଦବଙ୍କ ନେତୃତ୍ୱରେ 25 ଜଣ ଆରପିଏଫ ଅଧିକାରୀ ଏବଂ କର୍ମଚାରୀଙ୍କ ଏକ ଟିମ୍ ଦ୍ୱାରା 15 ଅକ୍ଟୋବରରେ ଦିଲ୍ଲୀ ଠାରେ ହାଫ (ଅଧା) ମାରାଥନ୍ ଆୟୋଜିତ କରାଯିବ ।
ଏହାମଧ୍ୟ ପଢନ୍ତୁ..ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଇଂରାଜୀ ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ପ୍ରଶିକ୍ଷଣ
ତେବେ 230ରୁ ଅଧିକ ମହିଳା ଆରପିଏଫ୍ କର୍ମଚାରୀଙ୍କୁ ନେଇ “ମେରୀ ସହେଲି” ଏକ ଟିମ ଗଠନ କରାଯାଇଥିବା ବେଳେ ଦେଶର ବିଭିନ୍ନ ରେଳ ଷ୍ଟେସନରେ 400ରୁ ଅଧିକ ଟ୍ରେନ୍ ମାନଙ୍କରେ ସେମାନଙ୍କର ଅଭିଯାନ ଆରମ୍ଭ କରାଯାଇଛି । ପ୍ରତିଦିନ ହାରାହାରି 14 ହଜାରରୁ ଅଧିକ ମହିଳା ଯାତ୍ରୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ମହିଳା ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ସମୟରେ ନିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ବିଷୟରେ ଶିକ୍ଷା ଦିଆଯିବ । ମଡ୍ୟୁଲ୍ ବୋର୍ଡିଂ ଏବଂ ଏନ୍-ରୁଟ୍ ଷ୍ଟେସନରେ ମହିଳା ଯାତ୍ରୀମାନଙ୍କ ସହିତ କଥାବାର୍ତ୍ତା ଉପରେ ନଜର ରଖାଯିବ ।