ଓଡିଶା

odisha

ETV Bharat / state

Hockey World Cup: ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ, ତେରଛା ବାଣ ମାରିଲେ ତାରା - ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ସରକାର

ପୁରୁଷ ହକି ବିଶ୍ବକପ 2023 ( Mens FIH Hockey World Cup2023) ଆସନ୍ତା ଜାନୁୟାରୀ 13 ରୁ ଭୁବନେଶ୍ବର ଓ ଇସ୍ପାତ ସହର ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ଯୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ହକି ବିଶ୍ବକପର ସଫଳ ଆୟୋଜନ ପାଇଁ ଓଡିଶା ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଅଧିକ ପଢନ୍ତୁ

ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ସରକାର
ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ସରକାର

By

Published : Dec 20, 2022, 8:51 PM IST

Mens FIH Hockey World Cup: ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ସରକାର

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ 2023 ( Mens FIH Hockey World Cup2023) ଆସନ୍ତା ଜାନୁୟାରୀ 13 ରୁ ଭୁବନେଶ୍ବର ଓ ଇସ୍ପାତ ସହର ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ଯୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ହକି ବିଶ୍ବକପର ସଫଳ ଆୟୋଜନ ପାଇଁ ଓଡିଶା ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା 22 ତାରିଖ ସଂଧ୍ୟା 5 ଟାରେ ଲୋକସେବା ଭବନରେ ବସିବ ସର୍ବଦଳୀୟ ବୈଠକ ।

ଏହାବି ପଢନ୍ତୁ- ଫେବୃଆରୀରେ ଓଡିଶା କ୍ରିକେଟ ଲିଗ ଆୟୋଜନ କରିବ OCA

ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସର୍ବଦଳୀୟ ବୈଠକରେ ବିଶ୍ୱକପ ଆୟୋଜନର ସବିଶେଷ ତଥ୍ୟ ଦେବେ ସରକାର । ତେବେ ବୈଠକ ପୂର୍ବରୁ ସରକାରଙ୍କୁ ତେରଛା ବାଣ ମାରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ରାଜ୍ୟରେ ହକି ବିଶ୍ୱକପ ଆୟୋଜନ ଏକ ଯୁଗାନ୍ତକାରୀ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଆୟୋଜନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ପ୍ରତି ବ୍ଲକ ରେ ଷ୍ଟାଡିୟମ କରିବା ପାଇଁ ଯେଉଁ ଘୋଷଣା କରିଥିଲେ ତାହା ପୂରଣ କରନ୍ତୁ ବୋଲି ତାରା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details