ଭୁବନେଶ୍ବର: ଆସନ୍ତା ଜାନୁୟାରୀ ୧୩ ରୁ ୨୯ ତାରିଖ ଯାଏଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମି ଓଡିଶାରେ ହେବ ପୁରୁଷ ହକି ବିଶ୍ବକପ 2023 (Mens FIH Hockey World Cup 2023 ) । ଆୟୋଜକ ଓଡିଶା ବିଶ୍ବକପକୁ ସଫଳ କରିବା ପାଇଁ ବୃହତ ଯୋଜନା ପ୍ରସ୍ତୁତି କରିଛି । ଏହାସହ ବିଶ୍ବକପକୁ ସ୍ମରଣୀୟ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବାକୁ ଯାଉଛି । ବିଶ୍ବକପକୁ ଅଧିକ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଉଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ।
ଏହାବି ପଢନ୍ତୁ- Hockey World Cup: ମୁଖ୍ୟମନ୍ତ୍ରୀଗଣଙ୍କୁ ନିମନ୍ତ୍ରଣ ଦେଉଛି ଓଡିଶା
ଏହିକ୍ରମରେ ଆଜି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଇଟାନଗରରେ ସ୍ବତନ୍ତ୍ର ଭାବେ ସାକ୍ଷାତ କରି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ନିମନ୍ତ୍ରଣପତ୍ରକୁ ପ୍ରଦାନ କରିଛନ୍ତି ମନ୍ତ୍ରୀ ଟୁକୁନି ।